ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି’ ଅନୁଷ୍ଠିତ ହୋଇଯାଇଛି | ଏହି ମହୋତ୍ସବରେ କଲ୍ୟାଣସିଂହପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର କାଜଲ ପରିଡ଼ା ବରିଷ୍ଠ ବିଭାଗରେ ବକୃତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ବିତର୍କରେ ଅଦ୍ଵିତୀୟା ଦାସ ଓ ସଙ୍ଗୀତ (ଦିବ୍ୟଙ୍ଗ)ରେ ପପି କୁନାକା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ଯାହାକି କଲ୍ୟାଣସିଂହପୁର ବ୍ଲକ ପାଇଁ ଏକ ଗୌରବର ବିଷୟ ପାଲଟିଛି । ଏହି ପରିପେକ୍ଷୀରେ କଲ୍ୟାଣସିଂହପୁର ବ୍ଲକ ବାସି ଅତ୍ୟନ୍ତ ଆନନ୍ଦିତ ହୋଇ କୃତିତ୍ୱ ହାସଲ କାରୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିଛନ୍ତି |





