କାଳୀକୃଷ୍ଣ ସଂଘର ଯୁବ ସମାବେଶ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସ୍ଥାନୀୟ ଶ୍ରୀରାମ କୁଟୀର ଠାରେ ସଦଗୁରୁଦେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ଆନୁକୂଲ୍ୟରେ ଧର୍ମୀୟ ଜାଗରଣ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସଂଘମୁଖ୍ୟ ଗୁରୁଜୀ ଜଗଦାନନ୍ଦଜୀ ମହାରାଜ ଏହି ଅବସରରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଆଧ୍ୟାତ୍ମିକ,ଶିକ୍ଷା ସଂସ୍କାର ଚେତନା ଜାଗ୍ରତ ପାଇଁ କାଳୀକୃଷ୍ଣ ପ୍ରଚାର ରଥର ଉଦଘାଟନ କରିଥିଲେ। ପ୍ରକୃତି ସୁରକ୍ଷା ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିଥିଲେ।
ଯୁବ ସମାବେଶର ଉଦ୍ଘାଟନ କରି ଶ୍ରୀ ଜଗଦାନନ୍ଦଜୀ ମହାରାଜ କହିଥିଲେ-“। ଆଧ୍ୟାତ୍ମିକତା ମାଧ୍ୟମରେ ସେ ପରିବାର, ସମାଜ ଓ ଦେଶ ମଧ୍ୟରେ ଶ୍ରଦ୍ଧା, ସ୍ନେହ, ସମ୍ମାନରେ ବଞ୍ଚିବାର କୌଶଳ ଯୁବା ଶିଖିବ।  ଶିକ୍ଷା,ବୃତ୍ତିଗତ ଓ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବା କଳାକୁ ଆୟତ୍ତ କରିବ।  ଜୀବନକୁ ଆନନ୍ଦ ହିଁ ଆନନ୍ଦ କରିବାର ସୁତ୍ର ସେ ଜାଣିପାରିବ। ବାସ୍ତବରେ ଜଣେ ଯୁବା ଅନୁଭବ କରିବାର ଅଛି ଯେ ତାକୁ ସାଂସାରିକ ସୁଖ ଯେତେ ଆନନ୍ଦ ଦେବ ତାଠାରୁ ନିତ୍ୟ ଆନନ୍ଦ ଦେବ ଆଧ୍ୟାତ୍ମିକ ସୁଖ। ସେବା ଓ ପରୋପକାରୀ ହେବା ଦ୍ବାରା ଯେଉଁ ନୈସର୍ଗିକ ଆନନ୍ଦ ପ୍ରାପ୍ତି ହୋଇଥାଏ ତାହା କୌଣସି ଦୋକାନ ବଜାରରେ ମିଳିନଥାଏ ବଂର ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ପ୍ରାପ୍ତି ହୋଇଥାଏ। ଜଣକର ସବୁ ଥାଇ ମଧ୍ୟ ଆଧ୍ୟାତ୍ମିକ ନାହିଁ ତାହେଲେ ସେ ଜୀବନରେ ଅନନ୍ତ ସୁଖ ଓ ମହାଆନନ୍ଦର ପ୍ରାପ୍ତି ସମ୍ଭବପର ନୁହେଁ। ତେଣୁ ସମସ୍ତ ଯୁବପିଢି ଜାଗୃତ ହୁଅନ୍ତୁ। ନିଜ ଭିତରେ ହିଁ ସବୁକିଛି ଅଛି। ଦୁଃଖ ଯେମିତି ନିଜେ ଭୋଗକରୁ ସୁଖ ମଧ୍ୟ ସେମିତି। ଦୁଃଖର କାରଣ ମଧ୍ୟ ନିଜେ ସୁଖର ସାଧନ ମଧ୍ୟ ନିଜେ। ଯୁବ ଉଠାନ୍ତୁ। ଆଗକୁ ବଢନ୍ତୁ। କ୍ଷଣିକ ସୁଖ, ଆନନ୍ଦ,ଭୋଗ,ବାସ୍ନା ଠାରୁ ଉର୍ଦ୍ଧ୍ବକୁ ଉଠିଲେ ଅନନ୍ତ ସୁଖ, ମହାଆନନ୍ଦ ପ୍ରାପ୍ତି ପାଇଁ ଧାବମାନ ହୁଅନ୍ତୁ*”।
ଏହି ଅବସରରେ ସମାଜସେବୀ କିଶୋର ଅଗ୍ରୱାଲ, ସଂଘର ସଭାପତି ସଂଜୟ କୁମାର ପଣ୍ଡା, ଉପସଭାପତି ଶ୍ରୀ କ୍ରିୟାନନ୍ଦ,କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟାନନ୍ଦ ,ସଂପାଦକ ଶ୍ରୀ ମାଧବାନନ୍ଦ, କୋଷାଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ଖମାରୀ,ସହ ସଂପାଦକ ଜିତେନ୍ଦ୍ର ପଣ୍ଡା ଉପସ୍ଥିତ ଥିବାବେଳେ ମିଡିଆସେଲର ପ୍ରମୁଖ ଜନ୍ମେଜୟ ଦାଶ ମଞ୍ଚ ପରିଚାଳନା, ସୁଶ୍ରୀ କ୍ରିଷ୍ଣା ମେହେର ଯୁବ ସମାବେଶର ଉଦ୍ଦେଶ୍ୟ ଓ ମନୋଜ କୁମାର ରଥ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଜିତ କୁମାର ଠାକୁର,ପ୍ରଦ୍ୟୁମ୍ନ ପଣ୍ଡା, ନାରାୟଣ ସାହୁ, ନବୀନ ମେହେର,ତନୁକଲାଲ ନାଗ,ନବୀନ ରାଉତ ସମେତ ମିଡିଆ ସେଲ, କାଳୀକୃଷ୍ଣ ବାହିନୀ, ପ୍ରଜ୍ଞା ବାହିନୀର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ଯୁବ ସମାବେଶରେ କଳାହାଣ୍ଡି, ନବରଙ୍ଗପୁର ଓ କରୋପୁଟ ଜିଲ୍ଲାରୁ ୫୦୦ ଯୁବା ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.