ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଘୋଡାଘାଟ ଛକ ନିକଟସ୍ଥ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।  ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଓ ଭବାନୀପାଟଣା ସତ୍ୟସାଇ ସମିତି ଆବାହକ ତୁଳସୀରାମ ସାହୁ ଏହି ଉତ୍ସବର ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ଭବାନୀପାଟଣାର ଯୋଗଦାନ ବିଷୟରେ ଆଲୋଚନା କରି ଏହାର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ବିକାଶ ଦିଗରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ବିଧାୟକ ଶ୍ରୀ ଦାସ ନିଜ ଛାତ୍ର ଜୀବନକୁ ମନେ ପକାଇ ଏହି ବିଦ୍ୟାଳୟର ଅନୁଭୂତି ଉପସ୍ଥାପନ କରିଥିଲେ। ଏଥିରେ ସମୁଦାୟ ୨୦ ଗୋଟି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୁଦାୟ ୨୩୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବେଦପାଠ ହୋଇ ଅତିଥିମାନଙ୍କୁ ନିମନ୍ତ୍ରୀତ କରାଯାଇଥିଲା। ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ଦାସ ଓ ଛାତ୍ର ଅନିମେଶ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ରୀନା ଶୁକ୍ଲା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଜ୍ଞାନରଞ୍ଜନ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଦ୍ୟାଳୟ ସଂପାଦକ ସୁବ୍ରତ କୁମାର ଖାଡଙ୍ଗା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକ ଅବସରରେ ସାପ୍ତାହିକ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରି ସମସ୍ତଙ୍କୁ ସାମିଲ ହୋଇ ଜନ୍ମ ଶତବାର୍ଷିକ ପାଳନକୁ ଆନନ୍ଦିତ କରିବା ପାଇଁ ନିବେଦନ କରିଥିଲେ। ଶେଷରେ ଛାତ୍ର ଦେବାଶିଷ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଭବାନୀପାଟଣା ସତ୍ୟସାଇ ସମିତିର ସେବାଦଳ, ଅଭିଭାବକ ଅଭିଭାବିକା ଓ ଛାତ୍ରଛାତ୍ରୀ ଏହାର ସଫଳତା ପାଇଁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.