ଫକୀରମୋହନ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ହେଲା ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି):  ଫକୀରମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ତରଫରୁ ସଂସଦର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ଚାରଣ ଓ ଶୋକ ସଭା ଡକ୍ଟର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଡକ୍ଟର ଚୌଧୁରୀ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ପ୍ରଫେସର ଅଜୟ ପଟ୍ଟନାୟକ, ଯଶୋଦା ନନ୍ଦନ ଆଶ, ରମାକାନ୍ତ ମହାନ୍ତି, କଲ୍ୟାଣୀ ନନ୍ଦ, ମଧୁସୂଦନ ବେହେରା, ପ୍ରାଣୀତା ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀ ନାରାୟଣ ଘୋଷ, ଗୋପାଳ ଜେନା, ଦେବାଶିଷ ପାଣି ପ୍ରଭୃତି ସ୍ବର୍ଗତ ମହାନ୍ତିଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ତାଙ୍କର ବକ୍ତବ୍ୟ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.