ରୋଷେଇ ଚୁଲିର ନିଆଁରେ ପୋଡିହୋଇ ଚାଲିଗଲା ଶିଶୁ କନ୍ୟାର ଜୀବନ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଗ୍ରାମ ରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ରୋଷେଇ ଚୁଲି ନିଆଁରେ ପୋଡି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୪ ବର୍ଷ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ସୂଚନା ମତେ ଆଇଁଲି ଗ୍ରାମ ର ଧନୁର୍ଯ୍ୟ ରାଉତଙ୍କ ୪ ବର୍ଷର ଶିଶୁ କନ୍ୟା ବୁଧବାର ସକାଳେ ଘର ବାରଣ୍ଡାରେ ଥିବା ରୋଷେଇ ଚୁଲିରେ ଥିବା ନିଆଁରେ ଅସାବଧାନତା ଯୋଗୁଁ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ କୋକସରା ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଶିଶୁର ୭୦ ପ୍ରତିଶତ ଶରୀର ପୋଡି ଯାଇଥିବା ଓ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାକୁ ବୁର୍ଲା ମେଡ଼ିକାଲକୁ ଉଚ୍ଚତର ଚିକିତ୍ସା ପାଇଁ ରେଫର କରିଥିଲେ। ତେବେ ଶିଶୁକୁ ବୁର୍ଲା ନେଉଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ମୃତ ଶିଶୁର ଶବକୁ ପରିବାର ଲୋକେ ଗାଁକୁ ଆଣିଥିବା ବେଳେ ଶିଶୁର ଦୁଃଖଦ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.