ସର୍ଗିଗୁଡାରେ କୀର୍ତ୍ତନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ା ୟୁପି ସ୍କୁଲ ସମ୍ମୁଖରେ କୀର୍ତ୍ତନ ଧାରା କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହା ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ସର୍ଗିଗୁଡା ଗ୍ରାମବାସୀଙ୍କ ସୌଜନ୍ୟରେ ଉଦ୍ଦ୍ୟୋକ୍ତା ଗୋପାଳ ଅଗ୍ରୱାଲ ଏବଂ ପୂରବ ଅଗ୍ରୱାଲଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସମାଗମ ହୋଇଥିଲେ। ପଶ୍ଚିମ ଓଡିଶାର ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ଦୋଳାମଣି ମହାରଣାଙ୍କ ନେତୃତ୍ବରେ ଚନ୍ଦନ ମାହାର, ବିଶ୍ଵାମିତ୍ର ପାଣ୍ଡେ, ଓଁକାର ବିଶ୍ବାଳ, ସୁନିତା ପୁଟେଲ, ସୁମି ବାଗ ପ୍ରମୁଖ ସଂକୀର୍ତ୍ତନ କଳାକାର ଓ ପାର୍ଶ୍ୱ ନୃତ୍ୟ ଶିଳ୍ପୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ପ୍ରଥମେ ମଞ୍ଚରେ ରାଧାକୃଷ୍ଣ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଣ୍ଟୁ ଅଗ୍ରୱାଲଙ୍କ ପରିବାର ବର୍ଗ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଗ୍ରାମର ବିଶିଷ୍ଟ ବ୍ୟକ୍ତି ତୁଲସୀ ଅଗ୍ରୱାଲ, ବିମଲୁ କେଡ଼ିଆ, ଗୋପାଳ ଅଗ୍ରୱାଲ, ରତନ ଅଗ୍ରୱାଲ, କୈଳାସ ବିଶ୍ଵାଳ, କୁମୁଦ ନାଏକ, ତୀର୍ଥ ପଧାନ, ଭକ୍ତ ନାଏକ, ବୀରକିଶୋର ମାଝୀ, କଲ୍ୟାଣ ସାହୁ, ଉଗ୍ରସେନ ଗୌଡ, ସନ୍ତୋଷ କର, ପ୍ରଦୀପ ନାଏକ, ଅର୍ଚ୍ଚନା ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଉଷା ଅଗ୍ରୱାଲ ପ୍ରମୁଖ ସିନ୍ଦୂର, ଚନ୍ଦନ ଓ ଉପଢୌକନ ଦେଇ ମଞ୍ଚରେ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଓ ଚକ୍ରଧର ସା ମଞ୍ଚ ପରିଚାଳନା କରିଥିଲେ। ଦର୍ଶକ ଭକ୍ତ ବୃନ୍ଦଙ୍କ ଭରପୁର ମନୋରଞ୍ଜନ କରିଥିଲେ କୀର୍ତ୍ତନ ଧାରାର କଳାକାର ମାନେ। ସର୍ଗିଗୁଡାରେ ଦୀର୍ଘ ୫୫ ବର୍ଷ ଧରି ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପ୍ରଥମ ଥର ଏହି କୀର୍ତ୍ତନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା ଯାହା ଉପସ୍ଥିତ ଦର୍ଶକ ଭକ୍ତ ବୃନ୍ଦଙ୍କ ହୃଦୟ ସ୍ପର୍ଶୀ ହୋଇପାରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.