ବିଜେପି ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡାଙ୍କ କଳମପୁର ଗସ୍ତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଓଡିଶା ରାଜ୍ୟ ବିଜେପି ଉପସଭାପତି ଭବେନ୍ଦ୍ର ପଣ୍ଡା ଗୁରୁବାର କଳମପୁର ଗସ୍ତ କରିଛନ୍ତି। ଏନେଇ କଳମପୁର ବିଜେପି ମହଲରେ ଉତ୍ସାହ ବୃଦ୍ଧି ପାଇଛି। କଳମପୁର ବିଜେପି କର୍ମକର୍ତ୍ତା ମାନେ ସ୍ଥାନୀୟ ନିର୍ମାଲ୍ୟ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ଉପସଭାପତି ଶ୍ରୀ ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ସେଠାରେ ଶ୍ରୀ ପଣ୍ଡା ସ୍ଥାନୀୟ କର୍ମକର୍ତ୍ତାଙ୍କ ସହିତ ସ୍ଥାନୀୟ ଅଂଚଳ ର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ସେଠାରୁ ସେ ଚୁରାଗାଁ ଅଭିମୁଖେ ଗସ୍ତ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଘନଶ୍ୟାମ ନାଏକ, ପୂର୍ବତନ ବିଜେପି ବ୍ଲକ ସଭାପତି କମଳ ବାଗ, ଚେରୁ ନାଏକ, ମାଂଗେଲାଲ ବାଗ, ଟୁନା ପତି, ମୁକୁନ୍ଦ ଟେଣ୍ଡକାରୀ, ମହିଳା ମୂର୍ଚ୍ଚା ସଭାନେତ୍ରୀ ସୁସ୍ମିତା ବାବୁ, ସୁଶୀଲ ପତି ପ୍ରମୁଖଙ୍କ ସହ କଳାହାଣ୍ଡି ଜିଲ୍ଲା ଉପସଭାପତି ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଲଷ୍ମୀକାନ୍ତ ବାଗ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.