ନର୍ଲାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଧାୟୀକା ମନୋରମା ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ପ୍ରତିନିଧି ଅନିରୁଦ୍ଧ ପଧାନ, ନର୍ଲା ସରପଞ୍ଚ ତନୁଜା ହରପାଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରୋଦ ଚନ୍ଦ୍ର କଅଁର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ଅତିରିକ୍ତ ତହସିଲଦାର ଅମର ପରାସେଠ, ଲିମନ ଚନ୍ଦ୍ରକାର, କେଦାର ନାଥ ଖମାରୀ ପ୍ରମୁଖ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା.ପ୍ରଭାତ କୁମାର ପରିଡା ଯୋଗଦାନ କରି ସମାଜରେ ମଣିଷ ବଞ୍ଚିବା ପାଇଁ ପ୍ରାଣୀଧନର କେତେ ଆବଶ୍ୟକତା ରହିଛି ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ପ୍ରାଣୀଧନକୁ ଯତ୍ନ ଓ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।ନର୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ତେଜରାଜ ବାଗ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ।ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଅବିନାଶ କୁମାର ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଲଆଇ ପ୍ରଶାନ୍ତ ହରିଜନ, ସନ୍ତୋଷ ସାହୁ, ଟିକେଶ୍ୱର ରଣା, ମହେନ୍ଦ୍ର କୁମାର ସାହୁ, ହରିଶ୍ଚନ୍ଦ୍ର ସାହା, ଦୟାନିଧି ସାହୁ, ସୁବାସ ଚନ୍ଦ୍ର ପଧାନ, ଅଳକା ବଳିୟାର ସିଂ, ସୁଶାନ୍ତ କୁମାର ମିଶ୍ର, ଅଭିନ୍ନ ଚନ୍ଦ୍ର ମହାପାତ୍ର, ଝସକେତନ ପସାୟତ, ବି.ଭି.ଓ, ଡୁଙ୍ଗୁରିପାଲି, ଡ ଆଲୋକ କୁମାର ସାହୁ, ଭିଏସ, ରାମପୁର, ଡୁଙ୍ଗୁରିପାଲି ପ୍ରଦୀପ କୁମାର ସାହୁ, ଏଲଆଇ ଗଜବନ୍ଧ, ଯଶୋବନ୍ତ ଦୋରା, ଏଲଆଇ ଇଚ୍ଛାପୁର,ଗୋପାଳ ଚନ୍ଦ୍ର ନାୟକ, ଏଲ.ଆଇ ବେହେରାଲ, ନରେନ୍ଦ୍ର ଉର୍ମାଲ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ଡୁଙ୍ଗୁରିପାଲି,ଦିନସାଗର ମେହେର, ଆଟେଣ୍ଡାଣ୍ଟ, ଡୁଙ୍ଗୁରିପାଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯେଗ କରିଥିଲେ। ଏଲଆଇ ସୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ନର୍ଲା ସରସ୍ଵତୀ ଶିଶୁ/ ବିଦ୍ୟା ମନ୍ଦିର ର ଛାତ୍ରୀମାନେ ଆଚାର୍ଯ୍ୟ ଦେବରାଜ ଗୌଡଙ୍କ ନେତୃତ୍ବରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଇତ୍ୟବସରରେ ଛେଳି ଚାଷ ପାଇଁ ଶେରଗଡ଼ ର ମା ମାଣିକେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ, କେନ୍ଦୁପଡ଼ା ର ଚନ୍ଦ୍ରିକା ମାଝୀ, ଡାଇରୀ ଚାଷ ପାଇଁ ଭାଲୁକଟା ର ଲିଙ୍ଗରାଜ ସାହୁ, କର୍ମେ ର କୁମୁଦ ମହାନନ୍ଦ, ମାଛ ଚାଷ ପାଇଁ ନର୍ଲା ର ଦିଲୀପ କୁମାର ଚାନ୍ଦ, ପଲମର ଅଭିରାମ ସାହୁ, ପଟାଙ୍ଗପଦରର ମିତାଞ୍ଜଳି ବଳ, ମାଛଚାଷ ରେ ସଫଳତା ପାଇଥିବା ଶାନ୍ତପୁରର ମା ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ଏଭଳି ୮ ଜଣ ସଫଳ ଚାଷୀଙ୍କୁ ମଞ୍ଚରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତର ୫୫୭ ଜଣ ଚାଷୀ ନାମ ପଞ୍ଜିକୃତ କରିଥିଲେ। କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ୪ ଗୋଟି, ପ୍ରାଣିଧନ ବିଭାଗର ୪ ଗୋଟି, ସେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ର ଗୋଟିଏ, କୃଷି ଓ ଉଦ୍ୟାନ ବିଭାଗର ୩ ଗୋଟି, ଏଭଳି ସମୁଦାୟ ୧୨ ଗୋଟି ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା।ମଞ୍ଚରେ ଏଲଇଡି ମାଧ୍ୟମରେ ସଫଳ ଚାଷୀଙ୍କ ଅନୁଭୁତି, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଭାଷଣ, ମୁଖ୍ୟ ମନ୍ତ୍ରୀ ଙ୍କ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା। ବିଭାଗୀୟ ଅଧିକାରୀ ବୃନ୍ଦ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ସରକାରଙ୍କ ପ୍ରତ୍ୟେକ ଯୋଜନା ଗୁଡିକ ଗ୍ରାମାଞ୍ଚଳରେ ପହଞ୍ଚି ବିକଶିତ ହୋଇପାରିବ ଏହା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ନର୍ଲା ବ୍ଲକ ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ ପ୍ରମୁଖଙ୍କ ସମେତ ଅଞ୍ଚଳର ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ବ୍ରହ୍ମ ପ୍ରକାଶ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.