ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟକୁ ଅନୁବନ୍ଧନ ପାଇଁ ବିଶ୍ୱବିଦ୍ୟାଳୟ ତଦାରଖ କମିଟିର ଅନୁଧ୍ୟାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଅନୁବନ୍ଧନ ପତ୍ରକୁ ଅନୁଧ୍ୟାନ କରି ଅନୁବନ୍ଧନ ବୃଦ୍ଧି କରିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଏକ ୪ ଜଣିଆ ତଦାରଖ କମିଟି ପ୍ରଦୀପ କୁମାର ସିଂହ, ସହ-ନିର୍ଦ୍ଦେଶକ ସି.ଡି.ସି.ଙ୍କ ନେତୃତ୍ୱରେ ଡ. କୁମୁଦ ଚନ୍ଦ୍ର ନାଏକ, ଡ. ପବିତ୍ର ବାଗ ଏବଂ ପ୍ରକାଶ ଚନ୍ଦ୍ର ବାଗ ମହାବିଦ୍ୟାଳୟକୁ ଅନୁଧ୍ୟାନ କରିଥିଲେ। ବିଭିନ୍ନ ନଥିପତ୍ର ଓ ଆନୁସାଂଗିକ ବ୍ୟବସ୍ଥା ତଦାରଖ ଓ ଅନୁଧ୍ୟାନ କରି ସବିସ୍ତୃତ ବିବରଣୀ ଓ ନିଜର ତଦାରଖ ରିପୋର୍ଟ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କମିଟିକୁ ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ର ଅନୁବନ୍ଧନକୁ ସ୍ୱୀକୃତି ଦେବା ନିମନ୍ତେ ନିଜ ମତ ଉପସ୍ଥାପନ କରିବେ। ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ପ୍ରତାପ ଚନ୍ଦ୍ର ଦାଶ, ସୁଶାନ୍ତ କୁମାର ଦାଶ, ମିକୁମିକ୍ସ ନିଆଲ, ମନ୍ଦାକିନୀ ପ୍ରଧାନ, ପୁରୀତ ରଣା, ମିନକେତନ ସାହୁ, ଅନୁକୁଲ ସାହାଣି, ନାଜନିନ ସୁଲତାନା, ଦୀନବନ୍ଧୁ ନାଗ, ସୁନିଲ ଗହିର, ଚୈବନ ହଂସ ଆଦି ଉପସ୍ଥିତ ରହି ତଦାରଖ କାର୍ଯ୍ୟକୁ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମ ତୁଲାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.