ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ର ବରିଷ୍ଠ ନାଗରିକ ସଂଘର ସଭାପତି ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ପ୍ରହରାଜଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଶ୍ରୀରାଧା କୃଷ୍ଣ ମନ୍ଦିର ଠାରେ ଆୟୋଜିତ ଉକ୍ତ ଶୋକ ସଭାରେ ଅମର ଆତ୍ମାର ସଦଗତି ନିମନ୍ତେ ଗୋଟେ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ଲଳିତ ମହାଳିଙ୍କ ସମେତ ଖଗେଶ୍ବର ଦାଶ, ଧନୁର୍ଜୟ ମହାରଣା, ରମେଶ ସିଂହ ଦେଓ, ଭାଗିରଥୀ ଭୋଇ, ସୋମନାଥ ସାହୁ, ଗଜିନ୍ଦ୍ର ଗହୀର, ଭାଗବତ ଘିଭେଲା, ଶିବ ପ୍ରସାଦ ଶତପଥୀ, ପୂର୍ଣ୍ଣ ଚନ୍ଦ୍ର ସାହୁ ସ୍ବର୍ଗତ ସଭାପତି ତଥା ସମସ୍ତଙ୍କ ଗୁରୁଙ୍କ ବିୟୋଗ ଆମ ସମସ୍ତ ଙ୍କ ପାଇଁ ଗଭୀର ଭାବେ ଦୁଃଖର କଥା ବୋଲି ମତ ପ୍ରକାଶ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।





