ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି। ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜ୍ଞାନମେଳାର ଉଦଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ସଭାପତିତ୍ବ କରିଥିଲେ। ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି ବିଶିଷ୍ଟ ଅତିଥି, ବିଆରସିସି ତୋଫାନ ମାଝୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରୁପସିଂ ରାଉତ, କୋକସରା ଗୋଷ୍ଠୀ ବିଜ୍ଞାନ ସାଧନ କେନ୍ଦ୍ର ସମ୍ପାଦକ ଛବେନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୋଳାରେ ତିନୋଟି ବିଭାଗ ନେଇ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବାଲ ବୈଜ୍ଞାନିକ ୬୪, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୧୪ ଏବଂ ଇକୋ କ୍ଳବ୍ ୧୩ ହୋଇଥିବାବେଳେ ସମୁଦାୟ ୯୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଥି ମଧ୍ୟରୁ ସମସ୍ତ ବିଭାଗରୁ ୧୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ଯିବା ନେଇ ସୂଚନା ରହିଛି। ବିଜ୍ଞାନ ମେଳାରେ ଶିକ୍ଷକ ସୁଦାମ ନେଗୀ, ହେମନ୍ତ ପାଣିଗ୍ରାହୀ, ତେଜେସ୍ବର ସାହୁ ଓ ଝାଙ୍କର ନିଆଲ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ରହି ପ୍ରକଳ୍ପ ନିରିକ୍ଷଣ କରିଥିଲେ। ଦ୍ଵିତୀୟ ଅଧୀବେଶନ ତଥା ପୁରସ୍କାର ବିତରଣ ଉତ୍ସବରେ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଇଓ ମହେଶ କୁମାର ଭାଟି, ବଙ୍ଗୋମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିଝୁମରାଣୀ ପଣ୍ଡିତ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ଅଧିବେଶନରେ ଶିକ୍ଷକ ସଞ୍ଜୟ ପଣ୍ଡା, ଦିତୀୟ ଅଧୀବେଶନରେ ଗାୟତ୍ରୀ ଷଡ଼ଙ୍ଗୀ ଓ ବିଜୟ ଲକ୍ଷ୍ମୀ ସିଂ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ହେମନ୍ତ ମାଝୀ, ସୁନିଲ କୁମାର ବିଷୋୟୀ, ଅମିତ୍ କୁମାର ମହାନ୍ତି, ଦେବାଶିଷ ସାହୁ, ବିଜ୍ଞାନ ସାଧନ କେନ୍ଦ୍ର ସମ୍ପାଦକ ଛବେନ୍ଦ୍ର ନାଗ ସମେତ ବ୍ଳକର ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ ସିଆରସିସି, ପିଇଟି ଶିକ୍ଷକ ସହଯୋଗ କରିଥିଲେ।




