ଲଡୁଗାଁ ସାର୍ବଜନୀନ ଲକ୍ଷ୍ମୀ ପୂଜା ରୋପ୍ୟ ଜୟନ୍ତୀ: ଆକର୍ଷଣ ସାଜିବ ପୁରୀ ‘ଶ୍ରୀମନ୍ଦିର’ ଆକୃତିର ମଣ୍ଡପ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବ୍ୟବସାୟୀ ପେଣ୍ଠସ୍ଥଳ ଭାବରେ ଜଣାଶୁଣା ଲଡୁଗାଁ ର ମହାଲକ୍ଷ୍ମୀ ପୂଜା ଚଲିତ ବର୍ଷ ୨୫ ତମ ବର୍ଷରେ ପଦାର୍ପଣ କରୁଛି। ଲକ୍ଷ୍ମୀପୂଜା କମିଟି ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପ ନିମନ୍ତେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଅଷ୍ଟଲକ୍ଷ୍ମୀଙ୍କ ପୂଜନୋତ୍ସବ ତଥା ଅଷ୍ଟଦିନାତ୍ମକ ରୌପ୍ୟ ଜୟନ୍ତୀ ମହୋତ୍ସବ ଅବସରରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ, ସ୍ମୃତିମୟ, ସୌନ୍ଦର୍ଯ୍ୟ ର ମହାକୁମ୍ଭ କାର୍ଯ୍ୟକ୍ରମ ରହିଛି। ଏଥି ସହିତ ପୂଜା କୁ ଆକର୍ଷିତ କରିବା ପାଇଁ ମିନା ବଜାର ମଧ୍ୟ ଲାଗି ରହିବ। ଆସନ୍ତା ୨୬ ତାରିଖ ପୂଜା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଗୁରୁବାର ଠାରୁ ପୂଜା ଆରମ୍ଭ ହେବ। ଦୁଇ ଦିନ ଧରି ନାଟକ ମଞ୍ଚସ୍ଥ ହେବାକୁ ଥିବାବେଳେ କଳାହାଣ୍ଡିର ଲୋକନୃତ୍ୟ ପୁରାତନ ଓ ନୂତନ ‘ଘୁମୁରା’ ପ୍ରତିଯୋଗିତା ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ଏହା ସହିତ ପ୍ରତ୍ୟହ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମୁରାସୁର’ ବଧ ଦରବାର ହେବ। ଜୟପାଟଣା ବ୍ଳକ ବଡ କର୍ଲାକୋଟ ଗ୍ରାମର କାରିଗରୀ ଉପେନ୍ଦ୍ର କୁମାର ନାଏକ ଓ ଗିରି ନାଏକଙ୍କ ସହିତ ସହଯୋଗୀ କାରିଗର ମାନେ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପକୁ ଅତି ନିଖୁଣ ଭାବରେ ତିଆରି କରୁଛନ୍ତି। ଏହା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଉଛି। ଅଷ୍ଟଲକ୍ଷ୍ମୀ ପୂଜା କମିଟିର ମୂଖ୍ୟକର୍ତ୍ତା ଭାବରେ ବଜରଙ୍ଗ ଅଗ୍ରୱାଲ, ଅନୁପ କୁମାର ଅଗ୍ରୱାଲ, ଅଷ୍ଟଲକ୍ଷ୍ମୀ ପାର୍ଶ୍ୱ କର୍ତ୍ତା ମୋହନ ଚରଣ ଦାସ, ସୁଧୀର କୁମାର ଦାସ, ରତି ରଞ୍ଜନ ଦାସ, ରୁପସିଂ ଧମାଝୀ, ଜିତେନ୍ଦ୍ର ନାଥ ମାଝୀ, ଦୀପକ କୁମାର ଅଗ୍ରୱାଲ, ଗଣେଶ କାଣ୍ଡ ପ୍ରମୁଖ ରହିଛନ୍ତି। ଅଷ୍ଟଲକ୍ଷ୍ମୀ ପୂଜା କମିଟିର ସଭାପତି ଭାବରେ କିଶୋର ଚନ୍ଦ୍ର ଦାସ, ଉପ ସଭାପତି ମୋହନ ଚରଣ ଦାସ, ପବନ କୁମାର ଅଗ୍ରୱାଲ, ସମ୍ପାଦକ କହ୍ନେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କିଶନ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଉପେନ୍ଦ୍ର ଦାସ ପ୍ରମୁଖ ରହିଥିବାବେଳେ ସ୍ଥାୟୀ କମିଟି ସଭାପତି ଗଗନ ବିହାରୀ ଦାସ୍, ଉପସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୁପସିଂ ଧ.ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.