ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ବସଷ୍ଟାଣ୍ଡ ନିକଟରେ ଗତ ବିଳମ୍ବିତ ରାତ୍ରରେ ଏକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ବ୍ରାହ୍ମଣୀ ଗ୍ରାମର ନେହେରୁ ମଲ୍ଲିକ (୨୮) ବୋଲି ଜଣାପଡିଛି । ସଇଁତଲା ପୋଲିସର ସୂଚନା ମତେ ଢ଼େଙ୍ଗ ପଂଚାୟତ ବ୍ରାହ୍ମଣୀ ଗ୍ରାମର ନେହେରୁ ଅନ୍ୟ ଦୁଇ ଜଣଙ୍କ ସହ ବାଇକରେ କୁମ୍ଭାରୀ ଗ୍ରାମରୁ ବିଳମ୍ବିତ ରାତ୍ରରେ ନିଜ ଘରକୁ ଫେରୁଥିଲେ । ତେବେ କୁମ୍ଭାରୀ ବସଷ୍ଟାଣ୍ଡଠାରେ ସେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥଲା । ଦୁର୍ଘଟଣା ଘଟିବାପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସଇଁତଲା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଉପସ୍ଥିତ ଡ଼ାକ୍ତର ନେହେରୁଙ୍କୁ ମୂତ ଘୋଷଣା କରିବା ସହ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।





