ମୃତଦେହ ରଖି ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲା କଲମପୁର ଥାନା ପୋଟେସ ଗ୍ରାମର ଏକ ଚାଷ ଜମିରୁ ଗୁରୁବାର ଅଲେଖ ନିଆଳ ନାମକ ଚାଷୀଙ୍କ ମୃତଦେହ ଜବତ ହୋଇଥିଲା। ପରିବାର ଲୋକେ ହତ୍ଯା ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପରିବାର ଲୋକେ ଘଟଣାର ବିଧିବଦ୍ଧ ତଦନ୍ତ ଦାବିରେ ମୃତଦେହକୁ ପୋଟେସ ଛକରେ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରାଜସ୍ବ ନିରୀକ୍ଷକ ସୁମନ୍ତ ପାତ୍ର ପହଞ୍ଚି ମୃତକଙ୍କ ପରିବାରକୁ ରେଡ୍‌କ୍ରସ ତରଫରୁ ୨୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ପଣ୍ଡି ଗାଁ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ଏବଂ ସରପଞ୍ଚ ପ୍ରତିନିଧି ସୁଶୀଲ ଜୈନ ୩ ହଜାର ଟଙ୍କା ମୃତ ପରିବାରକୁ ଦେଇଥିଲେ। ଏବଂ ଶ୍ରୀ ପାତ୍ର ଘଟଣାର ଠିକ୍ ତଦନ୍ତ ହେବ ବୋଲି କହିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଏହି ଶୋକାକୁଳ ପରିବାରକୁ କଲମପୁର ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି ବଳରାମ ଦୁର୍ଗା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସୁନାନୀ, ଜିଲ୍ଲା ଏଓଏସସିଏଫ ସମ୍ପାଦକ ଶତ୍ରୁଘନ ନାଏକ, ଗଣେଶ ନାଗ, ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.