ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ାରେ ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶୋଭାକର ବାଗ, ସସ୍ମିତା ବାଗ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ | ବର୍ଷାରାଣୀ ତ୍ରିପାଠୀ ବ୍ୟାସ ତଥା ଅକ୍ଷୟ ସୁଆର ପୂଜକ ରହିଥିଲେ | ଟିକ୍ରାପଡ଼ା ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





