ଧୃକୁଟି ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳର ଉତ୍କଟ ସମସ୍ୟା ଶ୍ରେଣୀ ଗୃହ ଅଭାବ, ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ଧୃକୁଟି ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ବିଦ୍ୟାଳୟ ପରିସରରେ ରହିଥିବା ନଳକୂଅରୁ କଳଙ୍କି ମିଶା ଲାଲ ପାଣି ବାହାରୁ ଥିବାରୁ ଏହା ଖାଦ୍ୟ ଓ ପାନୀୟ ଉପେଯାଗୀ ନୁହଁ। ଫଳରେ ପାନୀୟ ଜଳ ପାଇଁ ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଯାଏଁ ରହିଥିଲା। ହେଲେ ରାଜ୍ୟ ସରକାରଙ୍କନୂଆ ନିୟମ ଅନୁଯାୟୀ ଏଠାରେ ଶିଶୁ ବାଟିକା ଶ୍ରେଣୀ ଖୋଲିବା ପାରେ ୬ ଗୋଟି ଶ୍ରେଣୀ ପାଇଁ ରହିଛି ମାତ୍ର ୨ ଗୋଟି ଶ୍ରେଣୀ ଗୃହ। ଫଳରେ ପିଲାଏ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ୬ ଗୋଟି ଶେଣୀରେ ସମୁଦାୟ ୫୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବିଦ୍ୟାଳୟରେ ସମୁଦାୟ ୪ ଗୋଟି କୋଠରୀ ରହିଥିବା ବେଳେ ଗୋଟାଏ ଅଫିସ କାର୍ଯ୍ୟାଳୟ ଏବଂ ଅନ୍ୟଟି ରୋଷେଇ ଗୃହ ଭାବରେ ବ୍ୟବହୃତ ହେଉଥିବାରୁ ବାକି ଦୁଇଗୋଟି କୋଠରୀ ଶ୍ରେଣୀ ଗୃହ ଭାବରେ ବ୍ୟବହୃତ ହେଉଛି। ୬ ଗୋଟି ଶ୍ରେଣୀ ପାଇଁ ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବାରୁ ଶ୍ରେଣୀ କୋଠରୀ ଗୁଡିକରେ ପିଲାଏ ଖୁନ୍ଦା ଖୁନ୍ଦି ହୋଇ ତିନି ଗୋଟି ଲେଖାଏଁ ଶ୍ରେଣୀର ପିଲା ମିଶିକି ବସୁଛନ୍ତି। ଏଣୁ ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଥିବା ସହକାରୀ ଶିକ୍ଷକ ଚକ୍ରଧର ସାହୁ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସାଇବାକୁ ପଡୁଥିବା ଜଣାପଡିଛି । ବିଦ୍ୟାଳୟ ପରିସରରେ ରହିଥିବା ନଳକୂଅର ପାଣି ପାନୀୟ ଯୋଗ୍ୟ ହୋଇନଥିବାରୁ ବିଦ୍ୟାଳୟରେ ପାଣି ଟାଙ୍କି ମଧ୍ୟ ବସାଯାଇନଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନ ରୋଷେଇୟା ଦୁଇଜଣ ରହିବା କଥା। ହେଲେ ହେଲ୍ପର ଜଣକ ଅବସର ନେବା ପରେ ଜଣେ ମାତ୍ର ରୋଷେଇୟା ଦ୍ଵାରା କାମ ଚାଲିଛି। ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ରହି ଶିକ୍ଷାଦାନ କରୁଛନ୍ତି। ଛାତ୍ର ଛାତ୍ରୀଙ୍କୁ ସୁ ଶିକ୍ଷାଦାନ ପାଇଁ ଆଉ ଦୁଇଗୋଟି ଶେଣୀ ଗୃହ ଏବଂ ଉତ୍ତମ ପାନୀୟ ଜଳର ବ୍ୟବସ୍ଥା କରାଯାଉ, ରୋଷେଇ ପାଇଁ ହେଲ୍ପର୍ ନିଯୁକ୍ତି ଦିଆଯାଉ ବୋଲି ଅଭିଭାବକ ମାନେ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.