ପୋଢ଼ ପୂଜାର ଆଦ୍ୟ ପର୍ବ ଗୁଡିଚଗା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଆଦିବାସୀ ମାନେ ଆଦିମକାଳରୁ ପାରମ୍ପରିକ ହିସାବରେ ମାଟି ମାଁଙ୍କୁ ଧରଣୀ ଦେବୀ ଭାବେ ପୂଜାର୍ଚ୍ଚନା କରି ଆସୁଛନ୍ତି। ଧରଣୀ ଦେବୀଙ୍କ ଏକ ଅନନ୍ୟ ପାରମ୍ପାରିକ ପର୍ବ ପୋଢ଼ ପୂଜା। ଏହି ପର୍ବର ଅନ୍ୟ ଏକ ଉପ ପର୍ବ ‘ଗୁଡିଚଗା’ ଯାହା ରବିବାର ସକାଳରୁ ଅପରାହ୍ନ ଯାଏଁ ମହାସମାରୋହରେ ପାଳନ କରାଯାଇଥାଏ। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ହାରାମାଳ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ଠାରେ ଗୁଡ଼ିଚଗା ପର୍ବ ମହାସମାରୋହରେ ପାଳିତ ହେଇଯାଇଛି। ଏଥିରେ ଅତିଥିଭାବେ ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା ଓ ବନ୍ଧକନା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲାଲସୁନ୍ଦର ଶବର, ଯୋଗାଣ ସହାୟକ କାଳିଆ ନାଏକ ଓ ଚୈତନ୍ୟ ଲହଜଳ, ହାରାମାଲ ପଞ୍ଚାୟତ ନାଏବ ସରପଞ୍ଚ ରାମେଶ୍ୱର ନାଏକ ଯୋଗଦେଇଥିବା ବେଳେ ପୋଢ଼ ପୂଜା କମିଟିର ସଭାପତି ଭକ୍ତରାଜ ଦୁର୍ଗା, ସଂପାଦକ ରାମଚନ୍ଦ୍ର ନାଏକ, ଗାଁ ପୁଝାରୀ ଖଗେଶ୍ୱର ଦଳପତି, ଜାନି ଘାସିରାମ ମାଝୀ, ଗଉନ୍ତିଆ ଭାରତ ପଟେଲ, ଗଣା ଜଗଦିଶ ଦୁର୍ଗା, ଗୁରୁମେ ଲକ୍ଷୀ ଦଳ୍ପତି, ଦିଶାରୀ ନିକତାରା ମାଝୀ, ମୁଦ୍ରାଧରିଆ କ୍ଷୀରୋଦ ମାଝୀ,ରନ୍ଧଣିଆ ପବନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗୁଡିଚଗା ପର୍ବ ପାଇଁ ନିକଟସ୍ଥ ପଡୋଶୀ ଗ୍ରାମର ସମସ୍ତ ଗାଁକୁ ନିମନ୍ତ୍ରଣ କରାଯାଇଥିଲା। ଗୁଡିଚଗା ପର୍ବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ରକ୍ଷାକରି ନିଜ ସାଧ୍ୟ ମୁତାବକ ବରଣୀ ନେଇ ନିଜ ଦଳ ବଳ ନେଇ ମାଟିଗୁଡି ଠାରେ ପହଞ୍ଚିଥାନ୍ତି। ଗୁଡିଚଗା ଗାଁରେ ପହଞ୍ଚିବା ପରେ ଅତିଥିଙ୍କ ସେବା ପାଇଁ ମହିଳାମାନେ ଗୋଡ ଧୋଇଦେଇ ବନ୍ଦାପନା କରି ପାଛୋଟି ନେଇଥାନ୍ତି। ଏହାପରେ ଯୁବକମାନେ ଏକ ଖଟିଆରେ ଅତିଥିଙ୍କୁ ବୋହି ଗୁଡି (ନୂତନ ମନ୍ଦିର) ପରିକ୍ରମା କରାଇଥାନ୍ତି। ଏହାପରେ ଗୁଡି ଭିତରେ ବସି ଭାବର ଆଦାନ ପ୍ରଦାନ ସହ ବିଭିନ୍ନ ଉପଚାରରେ ହେଉଥିବା ପୂଜାରେ ସାମିଲ ହେଇଥାନ୍ତି। ଦିନ ତମାମ ଏହି ପର୍ବ ଚାଲିଥାଏ। ଗରୁମେଙ୍କ ଦେହରେ ଦେବୀଙ୍କ କାଳସୀ ଲାଗି ପର୍ବ ଆୟୋଜନର ବିଧି ନେଇ ବୁଝାଇଥାନ୍ତି ଏଥିରେ ମୋଟ ୩ ଗୋଟି ଗ୍ରାମରୁ ବୋଦେଲବନ୍ଧ, ପଣ୍ଡିଗାଁ ଓ ଟେମରାରୁ ଯାନୀ ପୁଝାରୀ ଆସିଥିଲେ। ଗ୍ରାମରେ ହସଖୁସି ମଧ୍ୟରେ ଏହି ପର୍ବ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ଗ୍ରାମବାସୀ ତଥା ପୋଢ଼ ପୂଜା ପର୍ବ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଉପସ୍ଥିତ ହୋଇ ବିଶେଷ ସାହାଯ୍ୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.