ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗ୍ରାମାଞ୍ଚଳରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ର ଶାରୀରିକ ଓ ମାନସିକ ବିକାଶ ସହିତ ଲୁକାୟିତ ପ୍ରତିଭାର ବିକାଶ ପାଇଁ ଖେଳ ର ଆବଶକ୍ୟତା ରହିଛି। ଏହାକୁ ଦୃଷ୍ଟି ରେ ରଖି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ବ୍ଳକର ଜିପିଓ ମୀନ କେତନ ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଉଛି | ସେହି କ୍ରମରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଳକ ସ୍ତିତ ତାରାତାରିଣୀ ମହା ବିଦ୍ୟାଳୟ ରେ ସାଂସଦ ଖେଳ ମହୋତ୍ସବ ମୁଖ୍ୟ ଅତିଥି ଭାବେଆସ୍କା ସାଂସଦ ଅନୀତା ଶୁଭ ଦର୍ଶନୀ ଅନୁଷ୍ଠାନିକ ଭାବେ ଉଜ୍ଜାପନ କରିଥିଲେ। ଏଥିରେ ବ୍ଳକ ଅଧକ୍ଷା ପିଙ୍କି ବେହେରା ସଭାପତିତ୍ୱ କରିଥିଲା ବେଳେସମ୍ମାନିତ ଅତିଥି ଭାବେ ବିଡ଼ିଓ ଶରତକୁମାରପାତ୍ର, ,ତହସିଲଦାର ବିନୋଦ ବେହେରା, ତାରାତାରିଣୀ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧକ୍ଷ ପ୍ରଦୀପ କୁମାର ସାହୁ,ଏନସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ, ଏମପି ଖଲ୍ଲିକୋଟ ପ୍ରତିନିଧି ଅନିଲ କୁମାର ପଣ୍ଡା, ସଂସଦୀୟ ଏମପି ନମିନି ଯଂଜ୍ଞ ଦାଶ, ସମାଜ ସେଵୀ ସୀତାରାମ ପାଣିଗ୍ରାହୀ, ମଞ୍ଚାସିନ ରହିଥିଲେ | ଅତିଥି ମାନେ ରାଜ୍ୟ ସରକାର ଙ୍କ ଏହି ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ଦ୍ୱାରା ଖେଳାଳି ମାନଙ୍କ ପ୍ରତିଭାର ବିକାଶ ସହିତ, ସାରରିକ ମାନସିକ ଶାନ୍ତି, ନିରୋଗୀ ଜୀବନ ଯାପନ ହେବା ସହ ବ୍ଳକ, ଜିଲ୍ଲା, ରାଜ୍ୟ ଓ ଦେଶ ବିଦେଶରେ ଗୌରବ ଅର୍ଜନ କରି ଦେଶମାତୃକାର ନାମ ରଖିବାକୁ ଏମପି ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ବିଡ଼ିଓ
ନିରାକାର ଜେନା ସହକାରୀ ନିର୍ବାହୀ ଯନ୍ତ୍ରୀ ନାଗ ଭୂଷଣ ଯାଦବ, ଖେଳ ଶିକ୍ଷକ ସଙ୍ଘ ସଭାପତି, ସମ୍ପାଦକ, ସମସ୍ତ ପିଇଓମାନେ ଉପସ୍ଥିତରହିଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ବର୍ଗ ରେ ଶହେ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର, ଉଚ୍ଚା ଡିଆଁ, ଲମ୍ବା ଡିଆଁ ସଟ ଫୁଟ ଡ଼ିସକସ ଥ୍ରୋ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ତା ସହିତ ଖୋକ, କବାଡି, ଫୁଟ ବଲ, ସହିତ ଅନ୍ୟନ୍ୟ ଖେଳ ଖେଳା ଯାଇଥିଲା | ଏଥିରେ  ଜୁନିଅର ଓ ସିନିଅର ବିଭାଗ ରେ ବାଳକଓ ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ରେ ଅଂଶ ଗ୍ରହଣ କରିବେ ବୋଲିକହିଥିଲେ । ଏହି ବ୍ଲକ ର ପ୍ରାୟ ୧୦ ରୁ ଉର୍ଦ୍ଧ ଖେଳ ଶିକ୍ଷକ ପରିଚାଳନା କରିଥିଲେ। ଦଳ ଗତ, ବ୍ୟକ୍ତି ଗତ,ଏହି ଦୁଇ ବିଭାଗ ସୃଷ୍ଟି ହୋଇଥିଲା |ବ୍ୟକ୍ତିଗତ ଖେଳାଳି ଙ୍କୁ ସୁବର୍ଣ୍ଣ ରୌପ୍ୟ, ତାମ୍ବ, ମେଡେଲ ମାନପତ୍ର ପ୍ରଦାନ କରାଯାଇ ଥିଲା | ଦଳଗତ ରେ ରନର,ବିନେର ଙ୍କୁ ଟ୍ରଫି ଓ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.