ଅନନ୍ୟ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ୍ ମଧୁସ୍ମିତା

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ପୁରୁଷୋତ୍ତମପୁର ଅଞ୍ଚଳ ର ସନ ସାଇନ ଇଣ୍ଟରନେସନାଲ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ଅନନ୍ୟ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ୍। ସେ ନାଚ ହେଉ କି ଖେଳ, ସବୁଥିରେ ଆଗରେ ରହି ନିଜ ନିଜ ବର୍ଗରେ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମଧୁସ୍ମିତାଙ୍କ ଏହି ଅନନ୍ୟ ପ୍ରତିଭା ପାଇଁ ସେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଆଗାମୀ ଦିନରେ ସାରା ଓଡିଶାରେ ନିଜର ପ୍ରତିଭା ଦେଖାଇବାର ସ୍ବପ୍ନ ଦେଖୁଛନ୍ତି ମଧୁସ୍ମିତା। ରାଜ୍ୟ ସ୍ତରୀୟ ଆଥେଲଟ ରେ ନିଜ ର ପରିଚୟ ସୃଷ୍ଟି ପାଇଁ ଜାରି ରଖିଛନ୍ତି ପ୍ରଚେଷ୍ଟା। ଦୌଡ଼, ଖୋକୋ, ହାଇଜମ୍ପ, ଲଙ୍ଗ ଜମ୍ପରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ସଫଳ ହେଉଥିବା ମଧୁସ୍ମିତା ଏବେ ଜିଲ୍ଲା ସ୍ତରୀୟ କ୍ରୀଡାରେ ଭାଗ ନେଉଛନ୍ତି। ଆଗାମୀ ଦିନରେ ଜଣେ ସଫଳ କ୍ରୀଡ଼ାବିତ ହେବା ନେଇ ପରିବାର ବର୍ଗ, ଅଞ୍ଚଳବାସୀ ଶୁଭମନାସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.