ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ରେ ବିଶ୍ୱ ଏଡସ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ଠାରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନ ଘ.୧୦.୩୦ ମି. ସମୟରେ ୱାଇ.ଆର.ସି କାଉନସିଲର୍ ଡଃ ରାଜେଶ ସାହୁଙ୍କ ନେତୃତ୍ବରେ ମହିବିଦ୍ୟାଳୟର ଯୁବ ରେଡକ୍ରସ୍ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ପରେ ଅନୁଷ୍ଠିତ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ପ୍ରାକ୍ତନ ୱାଇ.ଆର.ସି କାଉନସିଲର୍ ସରୋଜ କୁମାର ପଣ୍ଡା ଅତିଥି ଭାବରେ ଉପସ୍ଥିତ ରହି “ସଚେତନତା ହିଁ ଏଡସ୍ ସଂକ୍ରମଣକୁ ରୋକିବାର ପ୍ରଧାନ ଅସ୍ତ୍ର” ବୋଲି ମତବ୍ୟକ୍ତ କରିଥିଲେ। ଏଡସ୍ ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାର କୁତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମାଧବ ଲହଜଲ୍ ଧନ୍ୟବାଦ ଦେଇଥିଲେ। ସ୍ୱେଛାସେବୀ ଘୁଙ୍ଗୁର ଦୁରିଆ, ରାନୀ ସିପକା, ଚନ୍ଦ୍ରମଣି ଗୋପାଳ, ସ୍ନେହା ନାଏକ, ସମୟ ବାଗ, ନିତେଶ କୁମାର ବେମାଲ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.