ସିଟିଜନ ଫୋରମର ୧୮ତମ ଜନ୍ମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସିଟିଜନ ଫୋରମ କଳାହାଣ୍ଡି ଜିଲ୍ଲା ତରଫରୁ ୧୮ତମ ଜନ୍ମ ବାର୍ଷିକ ଉତ୍ସବ ଚଳିତ ବର୍ଷ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଫୋରମ ବାର୍ଷିକ ମୁଖପତ୍ର ପାଞ୍ଚଜନ୍ୟର ଉନ୍ମୋଚନ କରାଯାଇଥିଲା ଏବଂ ଫୋରମ ତରଫରୁ ଶ୍ରୀ ସତ୍ୟନାରାୟଣ ରାଜପୁତ ଓ ତାଙ୍କ ସାଥିଙ୍କ ସହିତ ଗ୍ରାମବିକାଶର ଛାତ୍ରୀମାନଙ୍କ ଦ୍ଵାରା ମଧ୍ୟ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ଫୋରମ ର ସମ୍ପାଦକ ପ୍ରଫେସର ସୀମାଞ୍ଚଳ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ପ୍ରଫେସର ସୁମନ କୁମାର ରଥ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଫୋରମ ର ସଭାପତି ଶ୍ରୀ ରାମଚନ୍ଦ୍ର ମହାପାତ୍ର ସଭାପତିତ୍ୱକରିଥିଲେ ଓ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସ୍ୱାମୀ ପ୍ରେମାନନ୍ଦ ସରସ୍ୱତୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ପୂର୍ବତନ ମୁଖ୍ୟ ଆୟକର କମିଶନର,ଭାରତ ସରକାର ଶ୍ରୀ ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ ଗଣତନ୍ତ୍ରର ସୁରକ୍ଷା ପାଇଁ ନାଗରିକର ବହୁମୁଖୀ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶ୍ରୀ ଘନଶ୍ୟାମ ଜୈନ, ଟିଟଲାଗଡ଼, ଶ୍ରୀ ଗଙ୍ଗାଧର ମାଝୀ, ଅବସର ପ୍ରାପ୍ତ ଜିଏସ୍ଟି କମିଶନର, ଶ୍ରୀ ଅରବିନ୍ଦ ସ୍ୱାଇଁ, ପ୍ରଧାନ ଶିକ୍ଷକ ଗ୍ରାମବିକାଶ ଯୋଗଦେଇଥିଲେ। ଏହି ଉତ୍ସବ ଅବସରରେ ଜିଲ୍ଲାର ବିକାଶ ପାଇଁ ଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ଅଜୟ କୁମାର ପଣ୍ଡା, ଡ.ତ୍ରିଭୁବନ ପଣ୍ଡା, ଡାକ୍ତର ବିଶ୍ଵଜିତ ହୋତା ଙ୍କୁ ପୁରସ୍କୃତ କରାଯାଇଥିଲା। ଫୋରମ ତରଫରୁ ଶେଷରେ ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକରୁ କାର୍ଯ୍ୟକର୍ତା ଯୋଗଦେଇ ଥିଲେ ଓ ଶେଷରେ ଥୁଆମୂଳ ରାମପୁର ବ୍ଲକ ସଭାପତି ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.