ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମର ନିତ୍ୟାନନ୍ଦ ବନ୍ଧୀଛୋଡଙ୍କ ଘର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଘରର ଧାନ, ଚାଉଳ,ସ୍ରିମେଣ୍ଟ ୨୫ ବାସ୍ତା ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ, ସୋମବାର କୌଣସି କାରଣ ବଶତଃ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିତ୍ୟନନ୍ଦ ବନ୍ଧୀଛୋଡ ଘର ଜଳି ଘରେ ଥିବା ବିଭିନ୍ନ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ଏନେଇ କୋକସରା ଅଗ୍ନିଶମ ବିଭାଗ ଖବର ଦେବା ପରେ ଅଗ୍ନିଶମ ବିଭାଗର ଓ଼ଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଯାଇକି ନିଆକୁ ଆୟତ୍ତ କରାଯାଇଛି ଫଳରେ ପରିବାର ର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣା ପଡିଛି। ତେବେ ଘରେ ନିଆଁ ଲାଗିବା ପରେ ପରିବାର ବେସାହାରା ହୋଇ ପଡିଛନ୍ତି।ନିତ୍ୟାନନ୍ଦ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।





