ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପ୍ରଥମ ଦିବସରେ “ସ୍ମାରକୀ “ଉପରେ ଆଧାରିତ ବାଲୁକା କଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡ ଗ୍ରାମର ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ନିର୍ମାଣ କରି ଛନ୍ତି ରାଣିପୁର ଝରିଆଲର ଇନ୍ଦ୍ରଲାଟ ମନ୍ଦିର। ତାଙ୍କରି ଚାରି ଜଣିଆ ଟିମରେ ଶ୍ରୀ ସାହୁଙ୍କ ସମେତ ପୁରୀର ରଞ୍ଜନ ଗଙ୍ଗୁଳି, ଶ୍ରୀଧର ଦାସ ଓ ଭୁବନେଶ୍ୱରର ସୁବଳ ମହାରଣା ସାମିଲ ଥିଲେ। ଏହି ଚାରିଜଣିଆ ଟିମ ର ମିଳିତ ଉଦ୍ୟମରେ ପୁରୀ ଶ୍ରୀମନ୍ଦିର, ଇଣ୍ଡିଆ ଗେଟ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି।





