ଟ୍ରେନ ଦୁର୍ଘଟଣାରେ ନର୍ଲାର ବିମଳ ସାହାଣିଙ୍କ ମୃତ୍ୟୁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିମଳ ସାହାଣି(୩୪) ଙ୍କ ମୁନିଗୁଡ଼ା ଠାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବିମଳ ଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ସହଯେ କେହି ଗ୍ରହଣ କରି ପାରୁ ନାହାଁନ୍ତି। ରବିବାର ଦିନ ନିଜ ଭଉଣୀ ଘରକୁ ଟ୍ରେନ ଯୋଗେ ମୁନିଗୁଡ଼ା ଯାଇଥିଲେ ବିମଳ। ସୋମବାର ନର୍ଲା ନିଜ ଘରକୁ ଫେରୁଥିବା ସମୟରେ ଭୋର ୪ ଟା ରେ ଦୁର୍ଘଟଣା ଘଟି ଥାଇପାରେ ବୋଲି କୁହାଯାଉଛି।ମୁନିଗୁଡା ରେଳ ଷ୍ଟେସନ ଟ୍ରାକ ରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଲୋକେ। ଷ୍ଟେସନ କତୃପକ୍ଷ ଙ୍କ ଠାରୁ ଖବର ପାଇ ଘରଲୋକେ ଯାଇ ଆମ୍ବୁଲାନ୍ସ ଯୋଗେ ମୃତଦେହ ନର୍ଲା ଆଣିଥିଲେ। ସୋମବାର ରାତି ୯ ଘଣ୍ଟା ସମୟରେ ଗାଡ଼ିଆଯୋର ନିକଟରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ବିମଳ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ। ତାଙ୍କ ମୃତ୍ୟୁ ରେ ନର୍ଲା ଫୁଟବଲ ଏସୋସିଏସନ ର ସଦସ୍ୟ ବୃନ୍ଦଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.