ଜିଲ୍ଲା ସଭାପତିଙ୍କୁ ବ.ସ.ପା କେନ୍ଦ୍ରୀୟ ପ୍ରଭାରୀ ଦାୟିତ୍ବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ସଦର ମୋହକୁମା ଠାରେ ସାରା ଜିଲ୍ଲାର ବହୁଜନ ସମାଜର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆଗକୁ ବଡୁଥିବା ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଧିମାନ ଜିତେନ୍ଦ୍ର ଜାକାକା ( ଜିତୁ ଭାଇ ) ଙ୍କୁ ତାଙ୍କର ନିଷ୍ଟାର ଓ ଦାୟିତ୍ୱ କୁ ପରଖି ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧକ୍ଷା ସାଂସଦ କି ସେରନି ବେହେନ କୁମାରୀ ମାୟାବତୀ ଜୀ ଆଜି ଓଡ଼ିଶା ପ୍ରଦେଶ ରାଷ୍ଟ୍ରୀୟ ସଞ୍ଜଜକ ଭାବେ ନିଯୁକ୍ତି ଦେଇଛନ୍ତି | ଏହି ନିର୍ଦେଶ କ୍ରମେ ଓଡ଼ିଶାର ସାମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ବ୍ଲକ ସଭାପତି ମାନଙ୍କ ଉପସ୍ଥିତି ରେ ରାଜ୍ୟ ପ୍ରଭାରୀ ଶ୍ରୀମାନ ଲାଳଜୀ ମେଧାନଙ୍କର ଜୀ ରାଜ୍ୟ ବ.ସ.ପା କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି | ଏହି ଅବସରରେ ସମସ୍ତ ଜିଲ୍ଲା ସଭାପତି ଏବଂ ବ୍ଲକ ସଭାପତି ସମୂହ ଏକତ୍ରିତ ରାଜ୍ୟ କାର୍ଯ୍ୟାଳୟରେ ଜିତୁ ଭାଇ ଙ୍କୁ ପୁଷ୍ପ ଗୁଛ ଓ ଉପଢକନ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ଏହି ପରିପେକ୍ଷୀରେ ଜିତୁ ଭାଇ ଓଡ଼ିଶାରେ ସଞ୍ଜଜକ ରହି ଆଗାମୀ ଦିନରେ ଓଡ଼ିଶା ରାଜ୍ୟକୁ ଦୃଢ଼ ସଂଯଜନା କରି ବ.ସ.ପା ପାର୍ଟିକୁ ଆଗକୁ ବଢାଇବା ସହ ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.