ବିମଳା ଗାଁ ଚିକନୁ ପଡାରେ ସାର୍ବଜନୀନ ଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରି ପାଲି ଗ୍ରାମ ପଞ୍ଚାୟତ ବିମଳା ଚିକନୁ ପଡା ଲକ୍ଷ୍ମୀ ପୂଜା କମିଟି ତଥା ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ମାଣବସା ଗୁରୁବାର ଉପଲକ୍ଷେ ମାଁ ମହାଲକ୍ଷ୍ମୀ ଙ୍କ ପୂଜା ଅବସରରେ କଳସ ଯାତ୍ରା ମଙ୍ଗଳ ବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ପୂଜା କର୍ତ୍ତା ଭାବରେ ଗୁଣ ରାଉତ ଶ୍ରୀମତୀ ଉଲ୍ଲାସ ରାଉତ ସପତ୍ନିକ ପୂଜାକାର୍ଯ୍ୟ ନିର୍ବାହ କରିବେ। ଭକ୍ତି ମୟ ପରିବେଶ ରେ ସଙ୍କିର୍ତ୍ତନ ଦଳ ର ତାଳେତାଳେ ଶତାଧିକ ଗ୍ରାମବାସୀଙ୍କ ଗହଣ ରେ କର୍ତ୍ତା ବରଣ କରିବା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୂଜକ ଙ୍କ ପୂଜାର୍ଚ୍ଚନା ପରେ ଗ୍ରାମ ର ବାଗ ବନ୍ଧ ରୁ ପବିତ୍ର ଜଳ କଳସ ରେ ଧାରଣ କରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହି ସାର୍ବଜନୀନ ଲକ୍ଷ୍ମୀ ପୂଜା ୫ ଦିନ ବ୍ୟାପୀ ପୂଜାର୍ଚ୍ଚନା ଚାଲିବାକୁ ଥିବାବେଳେ ଶନି ବାର ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଗ୍ରାମ ର କିଶୋର ଚନ୍ଦ୍ର ସା, ଗଗନ ମାଝୀ, ବିନୋଦ ଚଳାନ, ସାନ୍ତ ରାଉତ, ପୂଜା କମିଟି ର ସଦସ୍ୟ ତଥା ଗ୍ରାମବାସୀ ପ୍ରମୁଖ ପରିଚାଳନା ରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.