ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ମାଲର ବାର୍ଷିକ କ୍ରୀଡ଼ା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇନ୍ତଲା ବ୍ଳକ୍ ର ଗଣ୍ଡପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡ଼ମାଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଅଛି । ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଶାରୀରିକ ପ୍ରମୁଖ ଚୁଡ଼ାମଣି ମହାଲିଙ୍ଗ କ୍ରୀଡ଼ା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ବିଦୁର ରାମ ନାଗ, ସଂପାଦକ ଫିରୋଜ କୁମାର ବଗର୍ତ୍ତୀ, ଉପ ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ, ସହ ସମ୍ପାଦକ ନିରଞ୍ଜନ ଘିଭେଲା, ବିଦ୍ୱତ୍ ପରିଷଦର ଅଧ୍ୟକ୍ଷ ହରେକୃଷ୍ଣ ବଗର୍ତ୍ତୀ ଏବଂ ସଦସ୍ୟା ସସ୍ମିତା ସାଏ ଉପସ୍ଥିତ ରହି ଶିଶୁମାନଙ୍କୁୁ ଉତ୍ସାହିତ କରିଥିଲେ । ଭିନ୍ନ ଭିନ୍ନ ବର୍ଗର ମୋଟ୍ ୭୮ ପ୍ରକାର ଖେଳରେ ମୋଟ୍ ୨୮୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିଶୁର ସର୍ବାଙ୍ଗୀନ ବିକାଶ ନିମିତ୍ତ କ୍ରୀଡ଼ାର ମହତ୍ତ୍ଵ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ । ନରେନ୍ଦ୍ର ଭୋଇ, ଆଲୋକ ପୋଢ଼, ଦିବ୍ୟା ବାଗ, ସ୍ମିତାରାଣୀ ବଗର୍ତ୍ତୀ ଶ୍ରେଷ୍ଠ ଖେଳାଳୀ ରୂପେ ପୁରସ୍କୃତ ହୋଇଥିଲେ । କ୍ରୀଡ଼ା ପରିଚାଳନାରେ ଆଚାର୍ଯ୍ୟ କାଳିନ୍ଦ୍ରୀ ବଗର୍ତ୍ତୀ, ଅରୁଣ ରାଜପଲିଆ, ପ୍ରମୋଦ ସ୍ୱାଇଁ, ଜିତେନ୍ଦ୍ରିୟ ସାହୁ, ଲକ୍ଷ୍ମୀଧର ବଗର୍ତ୍ତୀ, ବସନ୍ତ ସାହୁ, ଦୁର୍ଯ୍ୟୋଧନ ରଣା, ତୁଷାର ପ୍ରଧାନ ଏବଂ ଆଚାର୍ଯ୍ୟା ଗିରିବାଳା ଷାଣ୍ଢ, ସସ୍ମିତା ଚାନ୍ଦ, ମିତା ମାଝୀ, ନମିତା ମାଝୀ, ସସ୍ମିତା ଭୋଇ, ରୀତା ତାଣ୍ଡି, ଦଶମୀ ଭୋଇ, ପ୍ରତୀକ୍ଷା ମାଝୀ ତଥା ସମସ୍ତ ସେବକ ସେବିକା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.