ମୋତିରାମ ମେହେର ମୃତ୍ୟୁ ଘଟଣା; ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଫଲସାପଡା ଗ୍ରାମର ମୋତିରାମ ମେହେରଙ୍କଆକ୍ରମଣ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ୧୮ ଦିନପରେ ମେଡିକାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରିଥିଲେ। ଏନେଇ କୋକସରା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହାପରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନେ ଫେରାର ମାରିଥିଲେ। ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ରଶ୍ମି ରଞ୍ଜନ ନାଏକ(୩୮), କ୍ଷିରୋଦ ନାଏକ(୩୬) ଓ ଗିରିଜା ଶଙ୍କର ପଟେଲ ଓରଫ୍ (ଟୁନା) (୨୫) ଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ପୁଲିସ ସୂଚନା ଅନୁସାରେ, ଗତ ଅକ୍ଟୋବର ମାସ ୨୬ ତାରିଖରେ ବିଅର ବାରରେ ମୃତ ମୋତିରାମ ମେହେରଙ୍କ ସହିତ ବେହେରା ଗ୍ରାମର ରଶ୍ମି ରଞ୍ଜନ ନାଏକ, କ୍ଷିରୋଦ ନାଏକ ଓ ଗିରିଜା ଶଙ୍କର ପଟେଲ ଓରଫ୍ (ଟୁନା) ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏବଂ ଅଭିଯୁକ୍ତ ଯୁବକ ମାନେ ମୃତକ ମୋତିରାମ କୁ ସେହି ସମୟରେ ଆକ୍ରମଣ କରିବା ସହ ବିଅର ବୋତଲ ରେ ତାଙ୍କ ମୁଣ୍ଡରେ ବାଡ଼େଇ ଥିଲେ। ଏନେଇ କୋକସରା ଥାନାରେ ଏକ ଅଭିଯୋଗ କରିବା ସହ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନପରେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ମୋତିରାମକୁ ସମ୍ବଲପୁର ଜିଲ୍ଲା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ମୋତିରାମଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲେ। ଏହି ଘଟଣାରେ ଫେରାରଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବା ପାରେ ପୁଲିସ କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.