ଭବାନୀ ଲୋୟାଙ୍କ ରହସ୍ୟ ଜନକ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ସୁଳିପଦର ଗାଁରେ ଆଜି ଏକ ଅଭାବନୀୟ ଓ ରହସ୍ୟ ଜନକ ଘଟଣା ଘଟିଛି । ସେନ ଲୋୟାଙ୍କ ପୁଅ ଭବାନୀ ଲୋୟା (୩୫) ସ୍କୁଲ ପଛପଟ ନିମ୍ବ ଗଛରେ ଫାସି ହୋଇ ଝୁଲିଥିବା ଅବସ୍ଥାରେ ପୋଲିସ ଦ୍ୱାରା ଶବ ଉଦ୍ଧାର ହୋଇଛି ।  ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବ ବୋଲି  ପୋଲିସ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଗ୍ରାମବାସୀ ମାନେ ଘଟଣାର ନ୍ୟାୟ ସଙ୍ଗତ ତଦନ୍ତ ଓ ଦୋଷୀଙ୍କୁ ଚିହ୍ନଟ କରିବା ସହ ଶକ୍ତ ଭାବେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.