ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ମା’ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କଙ୍କନ୍ କୁମାର ରାୟଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଅଧ୍ୟକ୍ଷ ଶ୍ରୀ ରାୟ ୩୦ ମେ ୧୯୯୧ ମସିହାରେ ବିଦ୍ୟାଳୟରେ ଯୋଗଦାନ ଦେବା ପରେ ତାଙ୍କର ୩୪ ବର୍ଷ କାଳ ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ବିଦ୍ୟାଳୟ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା।ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ଶତାଧିକ ଛାତ୍ରଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅଧ୍ୟକ୍ଷ ଶ୍ରୀ ରାୟଙ୍କ ବାସ ଗୃହକୁ ଯାଇ ତାଙ୍କ ଧର୍ମ ପତ୍ନୀ ରେଖା ରାୟ ଏବଂ ପୁତ୍ର ହରିଶ ରାୟଙ୍କୁ ମଧ୍ୟ ଉପଢ଼ୋକନ ଓ ଫୁଲତୋଳା ଦେଇ ସମ୍ବର୍ଦ୍ଧନା କରିଥିଲେ। ଏହା ପରେ ଶ୍ରୀ ରାୟଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ବାସ ଭବନରୁ ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣି ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷ ଶ୍ରୀ ରାୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, କର୍ମଚାରୀ ମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସଵରେ ମା’ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟକ୍ଷ ଜଗତରାମ ନାୟକ, ସରୋଜ କୁମାର ମହାପାତ୍ର, କିଶୋର ଘଡେଇ, ଟଙ୍କଧର ଦଣ୍ଡସେନା, ସରୋଜ କୁମାର ନାୟକ, ପ୍ରେମାନନ୍ଦ ରଣା, ପି. ଆନନ୍ଦ ରାଓ, ଜୟରାମ ପାଢ଼ୀ, କବିତା ରଣା, ମମିତା ରଣା, ହରିବନ୍ଧୁ ମାଝୀ, ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।





