ଭିନ୍ନକ୍ଷମ ଦିବସ ଓ ଦିବ୍ୟାଙ୍ଗ ବିଦ୍ୟାର୍ଥୀ

ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି। ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି। ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନର ଲକ୍ଷ୍ୟ ହେଉଛି ଅକ୍ଷମତା ସମସ୍ୟା ବିଷୟରେ ଏକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା, କିନ୍ତୁ ତାଙ୍କ ସମ୍ମୁଖରେ ଥିବା ଆହ୍ୱାନ ଗୁଡିକୁ ଦୂର କରିବା ଏବଂ ସମାଜରେ ଆତ୍ମବିଶ୍ୱସର ସହ ବଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜରେ ଭିନ୍ନକ୍ଷମ ମାନଙ୍କୁ ଯୋଗ୍ୟ ଜୀବନଯାପନ କରିବାକୁ ସୁଯୋଗ ଦେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ ହେବା ଉଚିତ। ମଣିଷର ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ମାତ୍ର କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ସମାନ।ସେହିପରି ଆମେ ସମସ୍ତେ ଅଲଗା କିନ୍ତୁ ଏକ ସମୟରେ କହିବାକୁ ଗଲେ ସମସ୍ତେ ସମାନ ବୋଲି କହିବା ସହ ଭିନ୍ନକ୍ଷମ ମାନଙ୍କ ପ୍ରତି ସମ୍ୱେଦନଶୀଳ ହେବା ଆବଶ୍ୟକ।

ପ୍ରତ୍ୟେକ ଦିବ୍ୟାଙ୍ଗ ଆମ ସମାଜର ଅଂଶ ବିଶେଷ।ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ତାଲିମ ଦେବା ଫଳରେ ସେମାନଙ୍କର ସାମାଜିକ, ବୈାଦ୍ଧିକ ଏବଂ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ।ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ଳାଟଫର୍ମ ମାଧ୍ୟମରେ ଅକ୍ଷମତା ସଚେତନତାକୁ ପ୍ରୋତ୍ସାହିତ କରିବା,ଯାହାଦ୍ୱାରା ସହାନୁଭୂତିର ମୂଳଦୁଆ ଉତ୍ପନ୍ନ ହୁଏ ଏବଂ ସାମାଜିକ ପ୍ରତିବନ୍ଧକ ଭାଙ୍ଗି ଆବଶ୍ୟକୀୟ ପରିବର୍ତ୍ତନ ହୋଇପାରେ।

ସମାଜର ବିକାଶ ସାଧନ ପାଇଁ ସର୍ବୋତ୍ତମ ମାଧ୍ୟମ ହେଉଛି ଶିକ୍ଷା।ଶିକ୍ଷା ମାନବିକ ଜୀବନ ପ୍ରକ୍ରିୟାର ଦିଗ୍‌ବଳୟକୁ ପ୍ରସାରିତ କରେ। ଜ୍ଞାନାର୍ଜନ ଶିକ୍ଷାର କେବଳ ଗୋଟିଏ ଦିଗ।ଶିକ୍ଷା ବିକାଶରେ ଏହାର ଭୂମିକା ଅତୁଳନୀୟ। ମାନବବାଦ, ଶୃଙ୍ଖଳା, ଉଦାରତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଜିଜ୍ଞାସା ପାଇଁ ଆଗ୍ରହ ଓ ସଂସ୍କାର ଆଦି ଭଲ ଗୁଣଗୁଡ଼ିକ ଉତ୍ପନ୍ନ କରିବା ଶିକ୍ଷାର ବୈଶିଷ୍ଟ୍ୟ। ମାନବ ଜୀବନକୁ ଆଲୋକିତ କରିବାରେ ଏସବୁର ଆବଶ୍ୟକତା ରହିଛି। ଶିକ୍ଷା ଓ ତାଲିମ ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ସ୍ବାବଲମ୍ବୀ ହୋଇପାରିବେ।

ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି।ସାଧାରଣ ବିଦ୍ୟାର୍ଥୀ ମାନଙ୍କ ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଶିକ୍ଷା ଗ୍ରହଣ କରିବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କର ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆସିଥାଏ। ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ‌ ଅଧିକ ପ୍ରୋତ୍ସାହନ କରିବା ଦ୍ବାରା ସେମାନେ ଉତ୍ସାହିତ ହୋଇପାରିବେ,ଯାହା ଫଳରେ ସେମାନଙ୍କର କିଛି ଉନ୍ନତି ହୋଇପାରିବ।

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ କିଭଳି ଭାବରେ ଶିକ୍ଷା ଦାନ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଯାଇପାରିବ, ତାହା କେବଳ ସ୍ବତନ୍ତ୍ର ଶିକ୍ଷକ ହିଁ କରିପାରିବ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ସ୍ବାବଲମ୍ବୀ ସହ ଆତ୍ମନିର୍ଭରଶୀଳ ମାର୍ଗ କେବଳ ସ୍ବତନ୍ତ୍ର ଶିକ୍ଷକ ଦ୍ବାରା ହିଁ ସମ୍ଭବ। ଦିବ୍ୟାଙ୍ଗ ମାନେ ହିଁ ନିଜର ଅକ୍ଷମତାକୁ ପଛରେ ପକାଇ ନିଜର ଦୃଢ଼ ମନୋବଳ ଓ ଇଚ୍ଛା‌ଶକ୍ତି ମାଧ୍ୟମରେ ଆଜି ସମାଜରେ ସଫଳ ହୋଇଛନ୍ତି। ଏମିତି ଅନେକ ଉଦାହରଣ ଅଛି ଦିବ୍ୟାଙ୍ଗ ମାନେ ନିଜେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ମଧ୍ୟ ହୋଇଛନ୍ତି। କୈାଣସି ପରିସ୍ଥିତିରେ ଦିବ୍ୟାଙ୍ଗ ମାନଙ୍କୁ ଯେକୌଣସି କ୍ଷେତ୍ରରେ‌ ଅବହେଳା କରିବା ଉଚିତ୍ ନୁହେଁ, ସେମାନଙ୍କୁ ଉତ୍ତମ ବ୍ୟବହାର ମିଳାମିଶା ଦ୍ବାରା ସେମାନଙ୍କର ମନୋବଳ ଦୃଢ଼ ହୋଇପାରିବ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ‌ ଶିକ୍ଷା ଓ ପ୍ରଶିକ୍ଷଣ ଦେବାରେ ଯେତେ ପ୍ରୋତ୍ସାହିତ କରିବା, ସେମାନେ ସେତିକି ଆଗକୁ ବଢ଼ିପାରିବେ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଶିକ୍ଷା ଓ ପ୍ରଶିକ୍ଷଣ ଦେବାରେ ସ୍ବତନ୍ତ୍ର ଶିକ୍ଷକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବିଶ୍ବବିଜୟୀ ଦାଶ
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ବାଲୁଗାଁ ମହାବିଦ୍ୟାଳୟ
ରାଜ୍ୟ ଉପାଧ୍ୟକ୍ଷ, ଓଏସ୍ଇଏଫଡ଼ି, ଓଡ଼ିଶା
ମୋବାଇଲ ନଂ: ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.