ହିମାଞ୍ଚଳ ରାଉତ ଯାଦବଙ୍କ କବିତା : କଷ୍ଟ କଳେ କୃଷ୍ଣ ମିଳେ    

କର୍ମ ବିନାଭାଗ୍ଯ ନହୁଏ ନର୍ଣ୍ଣୟ

Omkar Vasthu
Omkar Vasthu

ନିଦରେ ଦେଖନି ସପ୍ନ

Pearl dental clinic
Near Ashish Medical Store, Bhawanipatna

ସୁଦୃଢ ସମାଜ ଗଢିବା କୁ ହେଳେ

Udyog Nursery
Udyogi Nursery

ଅନ୍ଯାୟେ କର ସଂଗ୍ରାମ ।।

 

ଶବ୍ଦ ବିନା ନାହି ସାହିତ୍ୟର ଗତି

ମନଠୁ ସିନା ଉପାୟ

ଯାତିର ପ୍ରଗତି କରିବାକୁ ହେଲେ

ଏକତା ରଖ ବଜାୟ ।।

 

କଷ୍ଟବିନା କୃଷ୍ଣ ନହୁଏ ପ୍ରାପତ

ବସ୍ତ୍ର ବିନା କାହିଁ ସୁଖ

ହିଂସା,ଳୋଭ,ମୋହକଳେ ପରିତ୍ଯାଗ

ନିଶ୍ଚୟ ଘୁଞ୍ଚିବ ଦୁଃଖ ।।

 

ସୁତ୍ର ବିନା ନାହି ସମାଧାନ ପଥ

ବିନା ଅସ୍ତ୍ରେ ନାହି ଯୁଦ୍ଧ

ସମୃଦ୍ଧ ସମାଜ ପାଇଁ ଇଛାଯେବେ

ନିଶାକୁ କର ବିରୋଧ ।।

 

ଗୁରୁ ବିନା ଶିକ୍ଷା ଶିଦ୍ଧି ହୁଏନାହି

ଅପୂର୍ଣ୍ଣ ରହେ ସାଧନା

ଶିକ୍ଷା ବିନା ଜାତି ନକରେ ପ୍ରଗତି

ଶିକ୍ଷା କୁ କର ଆପଣା ।।

 

ପୁଞ୍ଜି ବିନା ନାହିଁ ବ୍ୟବସାୟ ପଥ

ସାଖି ବିନା ନାହି ନ୍ୟାୟ

ଯୌତୁକ ବ୍ୟାଧି ର ଔଷଧ ଜାଣିଳେ

ରହିବନି ଡର ଭୟ ।।

 

ପତିବିନା ଗତି ନଥାଏ ନାରୀ ର

ଧୂଆଁ ନାହି ନିଆଁ ବିନା

ନ ପୋଛିବା ଯଏ କୁସଂସ୍କାର ପଙ୍କ

ନାହିଁ ଉନ୍ନତିର ସଂଭାବନା ।।

 

ସହକାରୀ ଶିକ୍ଷକ , କୁମଯୋର ପ୍ରାଥମିକ ବିଦ୍ୟାଳୟ

ଗ୍ରାମ-ଘଣ୍ଟିଗୁଡ଼ା, ପୋ- ଉଛୁଳା ,ଥା-ଜୟପାଟଣା, ଜିଲ୍ଲା-କଳାହାଣ୍ଡି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.