ସ୍ବର୍ଗତ ରଶ୍ମୀରଞ୍ଜନ ସୁନାଙ୍କୁ ଅଶ୍ରୁଳ  ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା,୬/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡ ବ୍ଲକ ସାପଲହରା  ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପଦର ଗ୍ରାମର ବରପୁତ୍ର ସ୍ବର୍ଗତ ରଶ୍ମୀରଞ୍ଜନ ସୁନାଙ୍କ ବିୟୋଗରେ ତାଙ୍କ ଜନ୍ମମାଟିରେ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଆଜି ତାଙ୍କର ଶ୍ରଦ୍ଧାଞ୍ଜଳୀ ସଭାରେ କଳାହାଣ୍ଡି ଯୁବନେତା ସାଗର ଚରଣ ଦାସ  ଆସି ସ୍ବର୍ଗତ ସୁନାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭିର ସମବେଦନା ଜଣାଇବା ସହ ତାଙ୍କ ଭଉଣୀ ପଦ୍ମାବତୀ ସୁନା ଙ୍କୁ ପଚାଷ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ , ଏହାସହ ସେ ଏହି ପରିବାର ସହିତ ଜଡିତ ହେବେ ବୋଲି କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟଯେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଫିଜିକ୍ସରେ ଗବେଷଣାରତ ରଶ୍ମୀରଞ୍ଜନ ଆମେରିକା ସୋସାଇଟି ଅଫ୍ ଫଟୋ-ଅପଟିକାଲ ଇଷ୍ଟ୍ରୁମେଣ୍ଟସନ ଇଂଞ୍ଜିନିୟରିଂ (ଏସପିଆଇଇଇ) ସମ୍ମିଳନୀ -୨୦୧୮ରେ ସେ ପୁରସ୍କୃତ ହୋଇଥିବାବେଳେ ୨୦୧୯ ସାନଫାନ୍ସିକୋରେ ହେବାକୁଥିବା ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେବାର ଥିଲା । କିଛି ଦିନ ତଳେ ସେ ଡେଙ୍ଗୁ ସକ୍ ସଣ୍ଡ୍ରୋମରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡାକ୍ତର ମାନଙ୍କ ସତଚେଷ୍ଟା ସତ୍ତ୍ବେ ତାଙ୍କର ଜୀବନ ରକ୍ଷା ହୋଇ ପାରିନଥିଲା । ସ୍ବର୍ଗତ ରଶ୍ମୀରଞ୍ଜନ ବାଞ୍ଜିପଦର ଗ୍ରାମର ସୁନୀଲ ସୁନାଙ୍କ ଏକମାତ୍ର ପୁତ୍ର ଥିଲେ । ଏହି ମେଧାବୀ ଛାତ୍ରଙ୍କ ଅକାଳ ବିୟୋଗ ଖବର ସୁଣି ସାରା କଳାହାଣ୍ଡି ସ୍ଥବ୍ଧ ହୋଇ ଯାଇଥିଲା ।

Udyog Nursery
Udyogi Nursery

ଆଜି ସ୍ବର୍ଗତ ସୁନାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୁବନେତା ସାଗର ଚରଣ ଦାସଙ୍କ ସହ ମହମ୍ମଦ ମହସିନ, ତ୍ରିଲୋଚନ ପାଣିଗ୍ରାହି, ସାଗର ପଟ୍ଟନାଏକ, ଅର ପ୍ରସାଦ ମିଶ୍ର, ଶତ୍ରୁଜିତ ନାଏକ,ସୌମ୍ୟରଂଜନ ନାଏକ,ପୂର୍ବତନ ବ୍ଲକ ଅଧକ୍ଷ ଉତ୍କଳ ମଣି ସାହୁ,  ମଜଦୁର କଂଗ୍ରେସ ଯୁବ ସଭାପତି ହିରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଯୁବନେତା ସାଗର ଦାସଙ୍କ ସହାୟତା ପାଇଁ ତାଙ୍କୁ ଅଞ୍ଚଳର ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.