ବର୍ଣ୍ଣିବୁଢ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତ ନାରିକଟା ଖେଳ ପଡିଆ ଠାରେ ସପ୍ତମ ବର୍ଷ ବର୍ଣିବୁଢା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବର୍ଣିବୁଢା କ୍ଲବ  ଆନୁକୁଲ୍ୟରେ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ପ୍ରଥମ ଖେଳ କରେଳଧୁଆ ଏବଂ ଖଳିଆଖମାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କରେଳଧୂଆ ୧-୦ ଗୋଲ ସ୍କୋର କରି ବିଜୟୀ ହୋଇଛି । ଉଦ୍ଘଟାନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ସର୍ବେଶ୍ଵର ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ପ୍ରେମା ସ୍ୱାଇଁ, ସମାଜସେବୀ ହରେକୃଷ୍ଣ ବଗର୍ତ୍ତୀ, ଗ୍ରାମର ଭଦ୍ର ବ୍ୟକ୍ତି ରାଜେନ୍ଦ୍ର ଭୋଇ, ସତ୍ୟନାରାୟଣ ଭୋଇ, କୃପା ଭୋଇ, କାଳିଆ ଭୋଇ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଗଣେଶ ଭୋଇ ଖେଳ ପରିଚାଳନା କରିଥିବା ବେଳେ ବିମ୍ବାଧର ନାଗ, ମନୋରଞ୍ଜନ ମାଝୀ ଅଜୟ କୁମାର ଭୋଇ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ । ସୁରେନ୍ଦ୍ର ମହାନନ୍ଦ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୧.୧୨.୨୦୨୫ ରୁ ଆରମ୍ଭ ହୋଇ ୨୧.୧୨.୨୦୨୫ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ୧୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ ସୁଶାନ୍ତ ଭୋଇ(ସାଧୁ), ଫିରୋଜ ମାଝୀ, ମନବୋଧ ଭୋଇ, ଦୀପକ ବାଗ, ସଞ୍ଜୟ ଭୋଇ, ଦୂର୍ବାସ ଭୋଇ, ଜଗନ୍ନାଥ ଭୋଇ, ଦୁରବାସ ଜାନୀ, ସରୋଜ ଭୋଇ, ତଥା ବର୍ଣିବୁଢା କ୍ଲବ ନାରିକଟା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.