ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଟ୍ଟାଙ୍ଗଗୁଡ଼ା ହାଇସ୍କୁଲ ଛାତ୍ରୀଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଧର୍ମଗଡ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଭବାନୀପାଟଣା ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଅଟ୍ଟାଙ୍ଗଗୁଡାର ଛାତ୍ରୀ ରୁକ୍ମିଣୀ ଗଉଡଙ୍କ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଯୁବ ବୈଜ୍ଞାନିକ ଶେଷ କିସାନ୍ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନଙ୍କ ତତ୍ତ୍ଵାବଧାନ ଓ ବିଜ୍ଞାନ ଶିକ୍ଷକ ସନ୍ତୋଷ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସେ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ତାଙ୍କର ପ୍ରକଳ୍ପ ସ୍ମାର୍ଟ ଆବର୍ଜନା ପୃଥକୀକରଣ ଉପରେ ପର୍ଯ୍ୟବେସିତ ଅଛି। ବର୍ତ୍ତମାନ ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ସେ ଯୋଗ ଦେବେ ବୋଲି ଜଣାପଡିଛି। ଏଥିପାଇଁ ଅଟ୍ଟାଙ୍ଗଗୁଡ଼ା କ୍ଲଷ୍ଟର ସିଆରସିସି ବିଜୟ କୁମାର ଦାଶ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.