ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି ପକ୍ଷରୁ ସିକେଲସେଲ ରିଫାରେଲ ୟୁନିଟ ସହ ଲେବର ରୁମ ଏବଂ NICU ଉଦ୍ଘାଟିତ 

ଓଡ଼ିଆ ବାର୍ତ୍ତା/ ଥୁଆମୁଲ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ କାଣିଗୁମା ହସ୍ପିଟାଲରେ ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି ଦ୍ୱାରା ସିକେଲ୍ ସେଲ୍ ରିଫାରେଲ୍ ୟୁନିଟ୍, ଲେବର୍ ରୁମ୍ ଏବଂ NICU ର ଉଦ୍ଘାଟିତ ହୋଇଯାଇଛି। ଏହାର ଉଦ୍ୟୋଗ ଅଜିମ୍ ପ୍ରେମଜି ଫାଉଣ୍ଡେସନଙ୍କ ଆର୍ଥିକ ସହଯୋଗରେ ସମ୍ପନ୍ନ ହୋଇଛି। ଉଦ୍‌ଘାଟନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା ଓ ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର୍ ଦିଲୀପ ଦୁବେ ଉପସ୍ଥିତ ଥିଲେ। ସେମାନେ ସଂଗଠନର ଗ୍ରାମୀଣ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ, ସ୍ୱାସ୍ଥ୍ୟ ସ୍ୱରାଜ ଦଳ ଓ ସମୁଦାୟ ସଦସ୍ୟମାନେ ଯୋଗ ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟି, “ସବୁଠୁ ଗରିବ ପାଇଁ ସ୍ୱାସ୍ଥ୍ୟ” ସାଧନ କରିବାକୁ ପ୍ରତିବଦ୍ଧ ଏକ ଗ୍ରାସରୁଟ୍ ସଂଗଠନ। ଓଡିଶାର ଆଦିବାସୀ ଅଞ୍ଚଳ ଗୁଡିକରେ ସମତା ମୂଳକ, ସମୁଦାୟ-ନିର୍ଦ୍ଦିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ନିରନ୍ତର ଚେଷ୍ଟାରତ।

କାର୍ଯ୍ୟକ୍ରମରେ ଡ. ଆକିନସ୍‌, ସଂସ୍ଥାପକ ଏବଂ କାର୍ଯ୍ୟକାରୀ ସଚିବ, ଏବଂ ଡ. ଦେବଦାସ ମହାନ୍ତି, ସହ-ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ସେମାନେ ସଂଗଠନର ନିରନ୍ତର ମିଶନ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତର ସହଭାଗୀତା ବିଷୟରେ ଆଲୋଚନା କରିଥିଲେ।

ଚିକିତ୍ସା ଦଳରେ ଡ. ଶ୍ରୀନାଥ, ଡ. ଅଲୋକ ମେହେତା, ଡ. ଶ୍ରୀନିଧି, ଶ୍ରୀମତୀ ସୁନୀତା ସାମଲ, ଶ୍ରୀ ଅନୁପ ପଣ୍ଡା  ସହିତ କାର୍ଯ୍ୟକ୍ରମ କର୍ମୀ ଶ୍ରୀମତୀ ବର୍ଷାରଣୀ ସେନାପତି ଓ ଶ୍ରୀ ସମୀର କୁମାର ଉପସ୍ଥିତ ଥିବା ବେଳେ, କାଣିଗୁମାର ଅନ୍ୟାନ୍ୟ ସମର୍ପିତ କର୍ମଚାରୀ ଏବଂ ଉତ୍ସାହିତ ସମୁଦାୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

ଉଦ୍‌ଘାଟନ ପରେ ସିଡିଏମଓ ଏବଂ ଡିପିଏମ ହସ୍ପିଟାଲର ବିଭିନ୍ନ ୱାର୍ଡ୍, ମାଇକ୍ରୋବାଇଓଲଜି ଲ୍ୟାବ୍ ଏବଂ ନୂତନ ସିକେଲ୍ ସେଲ୍ ରିଫାରେଲ୍–କମ୍–ଲ୍ୟାବରେଟରୀକୁ ପରିଦର୍ଶନ କରିଥିଲେ।ସେମାନେ କର୍ମଚାରୀଙ୍କ ସହିତ ଆଲୋଚନା କରି ଇଲେକ୍ଟ୍ରୋସ୍କୋପ୍ ସାମଗ୍ରୀ, ଡାଯାଗ୍ନୋଷ୍ଟିକ୍ ପ୍ରକ୍ରିୟା ଏବଂ ବାୟୋମେଡିକାଲ୍ ୱେଷ୍ଟ ପ୍ରବନ୍ଧନ ପ୍ରଣାଳୀ ସମ୍ପର୍କରେ ତଥ୍ୟ ନେଇଥିଲେ।

ସିଡିଏମଓଙ୍କ ପକ୍ଷରୁ କାଣିଗୁମାର ନିବାସୀମାନଙ୍କୁ ସଂସ୍ଥାନଗତ ଡିଲିଭରୀ କରିବାକୁ ଓ ଆବଶ୍ୟକତା ପୂର୍ବକ ଜରୁରୀ ସ୍ୱାସ୍ଥ୍ୟ ସେବାଗୁଡିକୁ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି। ସେ ଆଉ ମଧ୍ୟ ସଂଗଠନ ଏବଂ ଫାଉଣ୍ଡେସନ୍‌ଙ୍କୁ ସମୁଦାୟ ପାଇଁ ନିରନ୍ତର, ନିଷ୍ଠାପୂର୍ଣ୍ଣ ଏବଂ ଉଚ୍ଚ ଗୁଣସ୍ତରୀୟ ସେବା ପ୍ରଦାନ କରିବା ପାଇଁ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.