ପଣ୍ଡରାମାଳି ସେବାସଂଘର ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସୁନାମାଲ ଠାରେ ବ୍ଳକ ପଣ୍ଡରାମାଳି ସେବାସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଛି। କେଶବ ନାଏକଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲା ସଭାପତି ଉମାକାନ୍ତ ମାଝୀ, କୁଳପତି ବିଦ୍ୟାଧର ନାଏକ, ସମ୍ପାଦକ ବିରଞ୍ଚି ବଣିଆ, ସହ ସମ୍ପାଦକ କନ୍ଦର୍ପ ନାଏକ, କୋଷାଧକ୍ଷ ମନୋଜ ନାଏକ, ସଂଯୋଜକ ସୁମେଶ ବୋଡ଼କିଆ, କୋକସରା ବ୍ଲକ ସଭାପତି ଭଜମନ ନାଏକ, ଉପସଭାପତି ଅମିନ ରଣା, ସମ୍ପାଦକ କ୍ଷୀରସିନ୍ଧୁ ବୋଡ଼କିଆ, ସହସମ୍ପାଦକ ଗୋବର୍ଦ୍ଧନ ନାଏକ, କୋଷାଧକ୍ଷ ସୁବାଷ ନାଏକ ପ୍ରମୁଖ ଯୋଗଦେଇଥିଲେ। ସଭାରେ ସାମାଜିକ ବିବାହର ନିୟମାବଳୀ ପ୍ରଣୟନ କରାଯିବା ସହ ନାରୀ ଶିକ୍ଷାକୁ ଗୁରୁତ୍ୱ ଏବଂ କମ ବୟସ ରେ ବିବାହ କୁ ନିଷେଧ। ସମାଜ ର ନିୟମାବଳୀ ୨୦୨୫ କୁ ସବୁ ଗାଁରେ କେମିତି ପାଳନ କରାଯିବ ତାହା ଉପରେ ମଞ୍ଚାସିନ ଅତିଥିମାନେ ନିଜ ବକ୍ତବ୍ୟ ରଖିଥିଲେ। ସଭାକୁ ସୁବାସ ନାଏକ ପରିଚାଳନା କରିଥିଲେ। କ୍ଷୀରସିନ୍ଧୁ ବୋଡ଼କିଆ ସମାଜର ନିୟମାବଳୀ ପଠନ କରିଥିବାବେଳେ କୋକସରା ବ୍ଲକ ସଭାପତି ଭଜମନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ କୋକସରା ବ୍ଲକର ସମସ୍ତ ଗ୍ରାମ୍ୟକମିଟି, ଧର୍ମଗଡ଼ ବ୍ଲକ, ଗୋଲାମୁଣ୍ଡା ବ୍ଲକ, ଜୁନାଗଡ଼ ବ୍ଲକ, କଳମପୁର, କେସିଙ୍ଗା, ଚନ୍ଦାହାଣ୍ଡି ବ୍ଲକ ଓ ନବରଙ୍ଗପୁର ଜିଲ୍ଲାର ଅନେକ ଲୋକ  ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.