ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଛ ଧରିବାକୁ ଯାଇ ସୋମବାର କୋକସରା ଥାନା ଲଡୁଗାଁ ଛେଲିଆପଡାର ଟିକଚନ ନାଗ (୫୫) ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ନିକଟସ୍ଥ କେନାଲ କୁ ମାଛ ଧରିବାକୁ ଯାଇ କେନାଲ ପାଣିରେ ବୁଡ଼ି ଯାଇଥିବା ସମୟରେ ସ୍ଥାନୀୟ ଲୋକ ଦେଖି ପରିବାର କୁ ଖବର ଦେଇଥିଲେ। ପରିବାର ଲୋକ ସେଠାକୁ ଯାଇ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେl ତେବେ ସନ୍ଧ୍ୟା ହେବା କାରଣରୁ ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବା ନେଇ ସୂଚନା ରହିଛି। ଟିକଚନ ପରିବାର ଏକମାତ୍ର ରୋରଗାରକ୍ଷମ ବ୍ୟକ୍ତି ଥିବାରୁ ସମ୍ପୂର୍ଣ୍ଣ ପରିବାର ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.