ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଲୁଗାଁ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ମହାନ୍ ଗଣିତିକ ଶ୍ରୀନିବାସ ରାମାନୁଜନ ଜନ୍ମଜୟନ୍ତୀ ତଥା ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଶ୍ରୀ ଶିବରାମ ସିଂହଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମତୀ ରୀନା ରାଉତ, ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ବିଦ୍ୟାଧର ଝୁଜିରାସିଂହ ପ୍ରମୁଖ ଯୋଗଦେଇ ଗାଣିତିକ ବିଶ୍ଳେଷଣ, ସଂଖ୍ୟା ସିଦ୍ଧାନ୍ତ, ଅସୀମ କ୍ରମ ଏବଂ ଭଗ୍ନାଂଶ ବିଷୟରେ ଶ୍ରୀନିବାସ ରାମାନୁଜନ
ଅନବଦ୍ୟ ଅବଦାନ ରହିଥିଲା ବୋଲି ମତପ୍ରକାଶ କରିବା ସହ ଜାତୀୟ ଗଣିତ ଦିବସର ପାଳନ ଓ ମହତ୍ତ୍ବ ‌ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣିତ ବିଭାଗର ଅଧ୍ୟାପକ ଶ୍ରୀ ମନୋଜ କୁମାର ନାୟକ, ଶ୍ରୀ ନବୀନ ବାରିକଙ୍କ ସମେତ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.