ବାଲୁଗାଁ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଲୁଗାଁ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଅନୁଷ୍ଠିତ ହୋଇଯାଇଅଛି। ବିଭାଗୀୟ ମୁଖ୍ୟ ଶ୍ରୀ ବିଦ୍ୟାଧର ଜୁଝାରସିଂହଙ୍କ ଅଧ୍ୟକ୍ଷତାରେ ଏହି ସେମିନାର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଯୋଗଦେଇ ସେମିନାର ଉଦ୍ଦେଶ୍ୟ ଓ ମହତ୍ତ୍ବର ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀ ଜୁଝାରସିଂହଙ୍କ ତତ୍ତ୍ବାବଧାନରେ ତୃତୀୟ ବର୍ଷ ଛାତ୍ରୀ ସନ୍ଧ୍ୟାରାଣୀ ଶାସମଲ “ମହୁମାଛିର ସାମାଜିକ ବ୍ୟବହାର” ସମ୍ପର୍କରେ ଉପସ୍ଥାପନା କରିଥିବା ସହ ପ୍ରାଣୀବିଜ୍ଞାନର ଅଧ୍ୟାପିକା ସୁଚ଼ିସ୍ମିତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ତୃତୀୟ ବର୍ଷ ଛାତ୍ରୀ ସାଲୋନି ପାତ୍ର “ଇମିନ୍ୟୁଗ୍ଲୋବିନ” ସମ୍ପର୍କରେ ଉପସ୍ଥାପନା ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରାଣୀ ବିଜ୍ଞାନ ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପିକା ପ୍ରଗଲ୍ଭା ପ୍ରିୟଦର୍ଶିନୀଙ୍କୁ ସ୍ବାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡ଼େମୋନଷ୍ଟ୍ରେଟର ବିଷ୍ଣୁପ୍ରିୟା ସ୍ବାଇଁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.