ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ “ବ୍ୟକ୍ତିଗତ ପରିବର୍ତନରେ ସମଷ୍ଟିର ପରିବର୍ତନ”ବାର୍ତ୍ତା ବହନ କରୁଥିବା ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଅଧ୍ୟକ୍ଷା ଡ଼ଃ ସରସ୍ବତୀ ରାୟ ଏବଂ ମୁଖ୍ୟ ଅତିଥି ମହର୍ଷି ବିଦ୍ୟାମନ୍ଦିର ଅଧ୍ୟକ୍ଷ ରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଉଭୟେ ନିଜ ନିଜର ବକ୍ତବ୍ୟରେ ଧ୍ୟାନ ର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟ ଅତିଥି ଧ୍ୟାନକୁ ଅଭ୍ୟାସରେ ପରିଣତ କରିବାପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ । ଅଧ୍ୟକ୍ଷା ତଥା ଆର୍ଟ ଅଫ ଲିଭିଂ ପ୍ରଶିକ୍ଷିକା ଡ଼ଃ ସରସ୍ବତୀ ରାୟ ସହଭାଗୀ ମାନଙ୍କୁ ବିଭିନ୍ନ ଯୋଗାସନ ଶିକ୍ଷା ଦେବା ସହ ଗୁରୁଦେବ ଙ୍କ ନିର୍ଦେସିତ ପଞ୍ଚକୋଷ ଧ୍ୟାନ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅଧ୍ୟାପକ ଏମ.ଶ୍ରୀନିବାସ ଅଚାରୀ । ଧ୍ୟାନର ଅନୁଭବ କୁ ବାଣ୍ଟି ଥିଲେ ଲେଫ୍ଟନାଣ୍ଟ ଉଦୟ ନାଏକ, ସୁବ୍ରତ ପ୍ରଧାନ, ଭବେଶ ମହାନ୍ତି, ପ୍ରିୟଦର୍ଶିନୀ ବଳ । କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ପି.ଅରୁଣ କୁମାର, ଅଜୟ ରୈତ, ମୋନାଲିସା ପାଣିଗ୍ରାହୀ, ଶଙ୍କର ପେଦୁର, ହେମନ୍ତ ସ୍ୱାଇଁ, ଅନିତା ସାହୁ, ମନୋଜ ପଟ୍ଟନାୟକ, ମନ୍ମଥ ଟୋଇକା । ଏହି ଧ୍ୟାନ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଧ୍ୟାନର ଅନୁଭବ ନେଇଥିଲେ ।





