ରେଙ୍ଗାଲପାଲିରେ ବିକଶିତ ଭାରତର ସ୍ବତନ୍ତ୍ର ଗ୍ରାମ ସଭା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଭାରତ ସରକାର ଏମ୍ ଜି ଏନ୍ ଆର୍ ଇ ଜି ଏ ନାମ କୁ ପରିବର୍ତ୍ତନ କରି ବିକଶିତ ଭାରତ ଜି ରାମ ଜି ନାମରେ ନାମିତ କରିଥିବାରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସ୍ବତନ୍ତ୍ର ଗ୍ରାମ ସଭା ପ୍ରତି ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ କରାଯାଉଅଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ”ବିକଶିତ ଭାରତ ଜି ରାମ ଜି” ଯୋଜନାର ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଅଛି। ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଏପିଓ ସତିଶ୍ ବେହେରା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଯୋଗଦେଇଥିବା ବେଳେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏମବିକେ, ଗାଁ ସାଥି/ ମେଟ୍, ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ତଥା ଜନସାଧାରଣ ଉପସ୍ଥିତ ରହିଥିଲେ। ଆଉ ଏଣିକି ଏମ୍ ଜି ଏନ୍ ଆର୍ ଇ ଜି ଏ ରେ ୧୦୦ ଦିନ ବଦଳରେ ଏହି ନୂଆ ଯୋଜନାରେ ବର୍ଷକୁ ୧୨୫ ଦିନ କାମ ଯୋଗାଇ ଦିଆଯିବ ବୋଲି ଏପିଓ ସତିଶ ବେହେରା ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ବେଶ୍ରା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.