ଖଇରମାଳ ପଲିହାଉସ ଉଦ୍ଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ କୁର୍ମେଲ ଗ୍ରାମ ପଞ୍ଚାୟତର ଖାଇରମାଳ ଗ୍ରାମରେ ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଏଚଡିଏଫସି ବ୍ୟାଙ୍କର ମିଳିତ ଉଦ୍ୟମରେ ଚାଲୁଥିବା ଜଳବିଭାଜିକା ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଥିବା ପଲିହାଉସର ଶୁଭ ଉଦଘାଟନ ହୋଇଯାଇଛି। ଏକ ଭବ୍ୟ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନି ବିହାରୀ ଦୀପଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଅଛି। ଏହି ପଲିହାଉସ ଟିରେ ଏକକାଳୀନ ୫୦,୦୦୦ରୁ ଉର୍ଦ୍ଧ୍ବ ଉନ୍ନତ ମାନର ପନିପରିବା ଚାରା ପ୍ରସ୍ତୁତି କରାଯାଇ ପାରିବ। ଏହା ଦ୍ୱାରା ଅଂଚଳରେ ଥିବା ପନିପରିବା ଚାଷୀଙ୍କୁ କମ ମୂଲ୍ୟରେ ପନିପରିବା ଚାରା ସବୁ ଋତୁରେ ମିଳି ପାରିବ। ଏହି ପଲିହାଉସକୁ ମା ସମଲେଇ କୃଷକ ସଙ୍ଘ ପରିଚାଳନା କରୁଛନ୍ତି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ସମସ୍ତ ଚାଷୀ ମାନଙ୍କୁ ଉତ୍ସାହିତ କରିବା ସହିତ ଟାଟା ଷ୍ଟିଲ ଫାଉଣ୍ଡେସନର କର୍ମୀ ମାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିଲେ। ମା ସମଲେଇ କୃଷକ ସଙ୍ଘର ସଭାପତି ଗଜପତି ମାଝି ଏବଂ ସମ୍ପାଦକ ଚିନ୍ତାମଣି ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜୈବିକ ପଦ୍ଧତିରେ ଚାଷ କରି ଖଇରମାଳର ଯୁବ ଚାଷୀ ଗଜପତି ମାଝୀ ଗତ ମାସରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀରେ ପୁରସ୍କୃତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.