ବୁଢ଼ାରଜା କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଅନ୍ତର୍ଗତ ବଡମାଲ ଖେଳ ପଡିଆ ଠାରେ ବଡମାଲ ଯୁବକ ସଂଘ ଆନୁକୂଲ୍ୟରେ ପ୍ରଥମ ବର୍ଷ ବୁଢ଼ାରଜା କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଉଦଘାଟନୀ ଉତ୍ସବରେ ବରିଷ୍ଠ ବିଜେପି ନେତା ସର୍ବେଶ୍ଵର ମହାପାତ୍ର, ବଡ଼ମାଳ ବୁଢ଼ାରଜା ପୀଠ ର ପୂଜକ ଗଣ୍ଡାରାମ ଭୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ଗଣ୍ଡପତ୍ରାପାଲି ଓ ଖୁଜେନବାହାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗଣ୍ଡପତ୍ରାପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଅଭରରେ ୧୩୦ ରନ କରିଥିଲେ । ଜବାବରେ ଖୁଜେନବାହାଲି ଦଳ ୯୦ ରନ କରି ପରାସ୍ତ ହୋଇଥିଲେ । ଦ୍ବିତୀୟ ମ୍ୟାଚରେ ଚୋରମରା ଏବଂ ବଡପତ୍ରାପାଲି ମଧ୍ୟରେ ହୋଇଥିବା ବେଳେ ବଡପତ୍ରାବାହାଲି ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି ସୁରେନ୍ଦ୍ର ମୁନା, ବେଣୁଧର ଭୋଇ,ସୁରେନ୍ଦ୍ର ମହାନନ୍ଦ ଓ ରାଜ କିଶୋର ମାଝୀ, ନିମାଞ୍ଚାଲ ଭୋଇ, ଜଗନ୍ନାଥ ଭୋଇ ଖେଳ ପରି ଚାଳନା କରିଥିବା ବେଳେ ନୀଳମଣି ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ଅଜୟ ଭୋଇ ଓ ଦେବରାଜ ମାଝୀ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ପରିକ୍ଷିତ ମାଝୀ, ଧବଳେଶ୍ୱର୍ ଭୋଇ, ଚନ୍ଦ୍ର ଶେଖର ଭୋଇ, ଦୁର୍ବାସା ଜାନୀ ଏବଂ ସମସ୍ତ ବଡ଼ମାଳ ଯୁବକ ସଂଘ ର ସଦସ୍ୟ ସହଯୋଗ କଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.