ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାଶୀପୁର ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ତାଲୁକ ଆଇନ ସେବା ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳନ ଉଦେଶ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଖୁରିଗାଁ ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରଥମ ଶ୍ରେଣୀ ବିଚାରପତି ତଥା ତାଲୁକ ଆଇନ ସେବା କମିଟି ଅଧକ୍ଷା ଶ୍ରୀମତୀ ନର୍ମଦା କର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାମି ବିବେକାନନ୍ଦଙ୍କ ଜୀବନୀ, ତାଙ୍କର ମାର୍ଗଦର୍ଶନ ଓ ଭାରତୀୟ ସଂସ୍କୃତି ପରମ୍ପରାକୁ ବିଶ୍ୱସମ୍ବିଳନୀରେ ସମ୍ବର୍ଦ୍ଧନା ମାଧ୍ୟରେ ପରିଚିତ କରିବା ଇତ୍ୟାଦି ବିଷୟ ବସ୍ତୁକୁ ଆଲକୋପାତ କରିଥିଲେ ଏବଂ କାର୍ଯ୍ୟକ୍ରମ ର ପ୍ରମୁଖ ବିଷୟବସ୍ତୁ ଯାହା “ବାଲ୍ୟ ବିବାହ’ ଉଛେଦ ଓ “ନିଶାମୁକ୍ତ ଭାରତ” ସମନ୍ଧେ ବିସ୍ତାର ଭାବେ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ବିଚାରପତି ଶ୍ରୀମତୀ କର କାର୍ଯ୍ୟକ୍ରମଟିର ପ୍ରତିନିଧିତ୍ୱ କରିଥିଲେ। ଏହି ପରିପେକ୍ଷୀରେ କାଶୀପୁର ଓକିଲ ସଙ୍ଘ ସଭାପତି କନ୍ହେଇଲାଲ ଜଏନ, ଓକିଲ ପ୍ରେମାନନ୍ଦ ନାଏକ ଓକିଲ ପ୍ରମୋଦ କୁମାର ନାୟକ, ଓକିଲ ରଞ୍ଜିତ କୁମାର ବୈଦ୍ୟ, କାଶୀପୁର ତାଲୁକ ଆଇନ ସେବା ସମିତି ସଦସ୍ୟ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ।




