ୟୁକୋ ବ୍ୟାଙ୍କ ପକ୍ଷରୁ ବାଲେଶ୍ୱରରେ ୮୪ତମ ସ୍ଥାପନା ଦିବସ ଉପଲକ୍ଷେ ଅନୁଷ୍ଠିତ ହେଲା ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ୟୁକୋ ବ୍ୟାଙ୍କର ବାଲେଶ୍ୱର ମୁଖ୍ୟ ଶାଖା ପକ୍ଷରୁ ୮୪ତମ ସ୍ଥାପନା ଦିବସ ଅବସରରେ ଶାଖା ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ‘ସମ୍ବାଦ–ଆମ ଓଡ଼ିଶା’ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ଜୋନାଲ୍ ମ୍ୟାନେଜର ସୁଦୀପ ଡାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଡେପୁଟି ଜୋନାଲ୍ ହେଡ୍ ମୟଙ୍କ ଅଗ୍ରୱାଲ, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ମୋତି କୁମାର ସାହା, ଏସଏମଏ ଓ କୃଷି ପ୍ରମୁଖ ପ୍ରଦୀପ କୁମାର, ଆରଏଲଏଚ୍ ହେଡ୍ ପ୍ରଭୁଦତ୍ତ ପୁରୋହିତ ଏବଂ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରବନ୍ଧକ ସତ୍ୟବ୍ରତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ବ୍ଲଡ୍ ସେଣ୍ଟର ଟିମ୍ ଦ୍ୱାରା ଶିବିରରେ ୩୩ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସିନିୟର୍ ମ୍ୟାନେଜର ଅସୀତ ରଞ୍ଜନ ରୂପ ସହିତ ବ୍ୟାଙ୍କର ଅନେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସୀ ବେହେରା, ଶ୍ରୀନିବାସ ସାହୁ, ସ୍ୱାଗତିକା ମିଶ୍ର, ସଙ୍ଗୀତା ମହାନ୍ତି, ହରିହର ରାଉତ, ଚିନ୍ମୟ ନନ୍ଦୀ, ମନୋଜ ଜେନା, ଯୋଶବନ୍ତ ଜେନା, ସ୍ୱର୍ଣ୍ଣଲତା ବେହେରା, ଆର୍.କେ. ମହାନ୍ତି, ବି.ସି. ବେହେରା, ଏସ୍‌.କେ. ମୋହିତ, ଅନିଲ ତିରିଆ, ପଚାଇ ସୋରେନ, ସୁଜିତ ଆଶ ଏବଂ ସୂର୍ଯ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ପକ୍ଷରୁ ଲକ୍ଷ୍ମୀଧର ବାରିକ ଓ ମଳୟ କୁମାର ପରିଡା ପରିଚାଳନା କରିଥିଲେ। ସାମାଜିକ ଦାୟିତ୍ୱବୋଧ ଓ ସାମୂହିକ କଲ୍ୟାଣକୁ ପ୍ରୋତ୍ସାହିତ କରୁଥିବା ଏହି ଅଭିଯାନକୁ ସାଧାରଣରେ ପ୍ରଶଂସା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.