ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଳକ ଅନ୍ତର୍ଗତ କର୍ଲାପଡା ଫୁଟବଲ କ୍ଲବ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଚାଲିଛି। ଏହାର ତୃତୀୟ ଦିବସରେ ଜାମଖୁଣ୍ଟା ଏବଂ ମାଟିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଜାମଖୁଣ୍ଟା ୫:୨ରେ ବିଜୟୀ ହୋଇଥିଲା। ଛବି କୁମାର ନାଏକ,ବିଶେଶ୍ୱର ପ୍ରଧାନ, ଚଞ୍ଚଳ ମାଝୀ, ପୂରନ୍ଦର ମାଝୀ ରଶ୍ମିରଂଜନ ପ୍ରଧାନ ଏବଂ ମୁଖ୍ୟ ଆୟୋଗୀ ନିର୍ମଳ ପ୍ରଧାନ ଖେଳ ପରିଚାଳନା କରିଥିଲେ। ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସୁମିତ କୁମାର ଅଗ୍ରୱାଲ ବିଶିଷ୍ଟ ଉଦ୍ୟୋଗପତି ତଥା ସମାଜସେବୀ ରୁପ୍ରାରୋଡ଼, ସମ୍ମାନିତ ଅତିଥି କର୍ଲାପଡା +୩ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ରଞ୍ଜିତ କୁମାର ମେହେର, ଶ୍ରେୟସ କୁମାର ମେହେର ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଛାତ୍ର ଏବଂ କର୍ଲାପଡା ଫୁଟବଲ ସଂଘ ର ସଭାପତି ଧୃବଚରଣ ପ୍ରଧାନ, ସମ୍ପାଦକ କିଶୋର କୁମାର ଯୁଆଡ ଯୋଗଦେଇ ଖେଳାଳି ମାନଙ୍କୁ ଉର୍ସାହିତ କରିଥିଲେ। ରାଜୀବ ଲୋଚନ ଯୁଆଡ ଏବଂ ମିଳନ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ।




