ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୮୧ତମ ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୮୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଫେଡେରେସନର ରାଜ୍ୟ ସଭାପତି ତଥା ଜିଲ୍ଲା ସାଧାରଣ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ଦୀପକ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ବୀରେନ୍ଦ୍ର ବାଗ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ସଂଘର ପତାକା ଉତ୍ତୋଳନ କରିଥିଲେ। ଶ୍ରୀଗଣେଶ ଓ ସରସ୍ୱତୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସଂଘର ପ୍ରତିଷ୍ଠାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଭଜନ ପରିବେଷଣ କରିଥିଲେ ଜିଲ୍ଲା ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର। ଦିବଂଗତ ସଂଘ କର୍ମକର୍ତ୍ତା ଅଚ୍ୟୁତ ନାଏକ ଓ କୁଞ୍ଜବିହାରୀ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଏବଂ ଯୁବ ଶିକ୍ଷକ ତଥା ସାହିତ୍ୟିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଥୁଆମୂଳ ରାମପୁର ବ୍ଲକ୍ ସଭାପତି ଅଜିତ କୁମାର ନାୟକ ଓ ସଦର ବ୍ଲକ୍ ଉପ-ସଭାନେତ୍ରୀ ବସୁମତୀ ସାହୁ। ସଦର ବ୍ଲକ୍ ସଭାପତି ମଧୁସୂଦନ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଗଠନ ସଂପାଦକ ପଦ୍ମଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଉପଦେଷ୍ଟା ମଣ୍ଡଳୀର ସଦସ୍ୟମାନଙ୍କ ସମେତ ସଂଘର ସହ-ସଂପାଦକ ଉପେନ୍ଦ୍ର ପଧାନ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ଲଳିତ କୁମାର ନାଏକ, କୋଷାଧ୍ଯକ୍ଷ ଶିବପ୍ରସାଦ ଦାଶ କୋର କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, ଦିଲ୍ଲୀପ ଖାନସାମା, ଶ୍ରୀନିବାସ ଆଚାରୀ, ବେଣୁଧର ବିଶ୍ୱାଳ, ସୁବାଷଚନ୍ଦ୍ର ବିଶ୍ୱାଳ ତପନ କୁମାର ବେହେରା, ଅମରେନ୍ଦ୍ର ପଟ୍ଟନାୟକ, ତ୍ରିନାଥଶ୍ୟାମ କୁମାର, ରାମେଶ୍ୱର ନାଏକ ସମେତ ସମସ୍ତ ବ୍ଲକ୍ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.