ଏଡିଇଓ ପଦୋନ୍ନତି ପାଇଲେ ନର୍ଲା ବିଇଓ ତପିମଣି ଜାନୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ତପିମଣି ଜାନୀଙ୍କୁ ପଦୋନ୍ନତୀ ମିଳିଛି। ସେ ଗୋଷ୍ଠୀ ଶିକ୍ଷାଧିକାରୀରୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପଦବୀକୁ ପଦୋନ୍ନତି ପାଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ନର୍ଲା ଅଞ୍ଚଳର ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିବା ସହ ଶୁଭେଚ୍ଛାର ସୁଅ ଛୁଟୁଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ସହ ଶିକ୍ଷାର ବିକାଶ ନିମିତ୍ତ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଶ୍ରୀ ଜାନୀ ଗତ ୨୦୨୩-୨୪ ବର୍ଷରେ ରାଜ୍ୟର ଶ୍ରେଷ୍ଠ ୧୦ ଜଣ ବିଇଓଙ୍କ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ। ଏହାପରେ ୨୦୨୪-୨୫ ବର୍ଷରେ ମଧ୍ୟ ରାଜ୍ୟର ଶ୍ରେଷ୍ଠ ବିଇଓ ଭାବେ ସେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ କଳାହାଣ୍ଡି ମାଟିକୁ ଗୌରବାନ୍ଵିତ କରିଥିଲେ। ଶ୍ରୀ ଜାନୀ ଜଣେ ନିଷ୍ଠାପର, ସମୟାନୁବର୍ତ୍ତି ଓ ସହକର୍ମୀ ପ୍ରିୟ ଅଧିକାରୀ ଭାବରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି। ନର୍ଲା ବ୍ଲକ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକରେ ଶିକ୍ଷକ ସମସ୍ୟା, ପାନୀୟ ଜଳର ସମସ୍ୟା ଭଳି ଅନେକ ଗୁଡ଼ିଏ ସମସ୍ୟାକୁ ଦକ୍ଷତାର ସହ ସମାଧାନ କରି ସେ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ସାଜିଥିଲେ। ଅଫିସ ଆସିବା ମାତ୍ରେ ଏବିଇଓ ମାନଙ୍କୁ ସମସ୍ୟା ରହିତ ବିଭିନ୍ନ ବିଦ୍ୟାଳୟକୁ ନିରୀକ୍ଷଣ ପାଇଁ ପ୍ରେରଣ କରିବା ସହ ନିଜେ ମଧ୍ୟ ଅନେକ ବିଦ୍ୟାଳୟକୁ ଯାଇ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ପ୍ରୟାସ କରୁଥିଲେ। କେବଳ ନର୍ଲା ନୁହଁ ସେ ନର୍ଲା ସମେତ ଲାଞ୍ଜିଗଡ ଓ କର୍ଲାମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ଦାୟୀତ୍ୱ ମଧ୍ଯ ସମ୍ପାଦନ କରି ଶିକ୍ଷକ ଓ ଅଭିଭାବକ ମାନଙ୍କ ନିକଟରେ ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କର ଦକ୍ଷତା, କାମ କରିବାର ସ୍ପୃହା ଯୋଗୁଁ ଆଜି ସେ ପଦୋନ୍ନତୀ ପାଇଥିବା ଆଲୋଚନା ହେଉଛି। ଶ୍ରୀ ଜାନୀଙ୍କ ଏହି ସଫଳତାରେ ନର୍ଲା ପ୍ରଥମିକ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତା, ନର୍ଲା ସାମ୍ବାଦିକ ୟୁନିଅନର ସଦସ୍ୟ ବୃନ୍ଦ ଶ୍ରୀ ଜାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.