କର୍ଲାପଡା ଫୁଟବଲ ଟୁର୍ନାମେଣ୍ଟର ପଞ୍ଚମ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାପଡା ଫୁଟବଲ କ୍ଲବ ଆନୁକୂଲ୍ୟରେ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥ ଦିବସରେ ସିହିନୀ ଏବଂ ବାଲିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ରେ ବାଲିଗୁଡା ଦଳ ୩:୨ରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି । ବିଶେଶ୍ୱର ପ୍ରଧାନ, ଚଞ୍ଚଳ ମାଝୀ, ରଶ୍ମିରଂଜନ ପ୍ରଧାନ ଏବଂ ନିର୍ମଳ ପ୍ରଧାନ ଖେଳ ପରିଚାଳନା କରିଥିଲେ । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ସମ୍ମାନିତ ଅତିଥି କର୍ଲାପଡା ମଣ୍ଡଳ ସଭାପତି ବିଜେପି ନୀଳମଣି ବାଗ, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ନୀଳାମ୍ବର ସାହୁ, କର୍ଲାଗୁଡା ସରପଞ୍ଚ ଆଦିତ୍ୟ ନାଏକ, ଭୁବନେ ନାଏକଙ୍କ ସମେତ ସଭାପତି ଧୃବଚରଣ ପ୍ରଧାନ, ସମ୍ପାଦକ କିଶୋର ଯୁଆଡ, ସଭ୍ୟ ଅଶ୍ୱିନ କୁମାର ପ୍ରଧାନ, ସ୍ୱରୂପ ପ୍ରଧାନ, ବୁଲୁ ଯୁଆଡ, ଅଶ୍ୱିନ ଭାଟି, ଗଜେନ୍ଦ୍ର କୁମାର, ମହେନ୍ଦ୍ର କୁମାର, ଅବକାଶ ଚନ୍ଦନ, ଗୋଲକ ବାରିକ, କାର୍ତ୍ତିକ ଚନ୍ଦନ, ରୋହନ ଯୁଆଡ,ରୋହନ ବାରିକ, ପ୍ରତୀକ ପ୍ରଧାନ, ଟୁନୁ ମାଝୀ, ସିପୁନ ପ୍ରଧାନ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ରାଜୀବ ଲୋଚନ ଯୁଆଡ ଏବଂ ମିଳନ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.